ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ପୃଥିବୀ ଦିବସ ପାଳିତ

0
43

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୨/୦୭) : ସମଗ୍ର ବିଶ୍ବକୁ ପ୍ରଦୂଷଣ ମୁକ୍ତ କରିବା ସହ ପୃଥିବୀକୁ ସବୁଜମୟ ରଖିବା ଦ୍ୱାରା ପୃଥିବୀରେ ଅମ୍ଳଜାନର ମାତ୍ର ବୃଦ୍ଧି ହୋଇଥାଏ ।

ଏହି ପରିପେକ୍ଷୀରେ ପୃଥିବୀ ଦିବସ ପାଳନ ଅବସରରେ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟୋଜିତ ସାମାଜିକ ସଂସ୍କୃତି ବିକାଶ କେନ୍ଦ୍ର ଆନୁକୁଲ୍ୟରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିବା ସହ ଚିତ୍ର ଅଙ୍କନ, ବକ୍ତୃତା ଓ ନାଟକ ପ୍ରତିଯଗିତା ଅନୁଷ୍ଟିତ ହୋଇଥିଲା । ଏଥିରେ କୃତିତ୍ୱ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ନିଜ ଅଭିଭାଷଣରେ ଛାତ୍ରଛାତ୍ରମାନଙ୍କୁ ଗ୍ଲୋବାଲ୍ ୱାର୍ମିଂକୁ ନିୟନ୍ତ୍ରଣ କରିବା ସହ ନିଜ ପାରିପା୍ଶ୍ବିକ ଅଞ୍ଚଳକୁ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠଣ କରିବା ପାଇଁ ଆହ୍ବାନ ଦେଇଥିଲେ। ସେହିପରି ଛାତ୍ରଛାତ୍ରୀ ମାନେ ସାଇକେଲ ରାଲିରେ ବାହାରି ଶିକ୍ଷାନୁଷ୍ଠାନ ନିକଟସ୍ତ ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ, ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରୀ କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।