1. Best News: ଶିଶୁସୁରକ୍ଷା ବିଶେଷଜ୍ଞ କମିଟିର ସୋନପୁର ଉପକାରାଗାର ପରିଦର୍ଶନ

0
64
ଶିଶୁସୁରକ୍ଷା

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର (୨୫/୦୭): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଦ୍ଵାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁସୁରକ୍ଷା) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମଦିନି ମୁଦୁଲିଙ୍କ ତତ୍ତ୍ଵାବଧାନରେ କମିଟିର ପ୍ରଫେସର୍ ନିଲାମ୍ୱର ଶତପଥୀ, ରାଜୀବ ଲୋଚନ ଗୁରୁ, ହେମନ୍ତ କୁମାର ସା ଓ ଜିଲ୍ଲା ଶିଶୁସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉକ୍ତ କାରାଗାର କୁ ପରିଦର୍ଶନ କରିଥିଲେ। ଏହି ଅବସରରେ କମିଟି ପକ୍ଷରୁ କାରାଗାର ର ଅନ୍ତେବାସୀ ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ସହିତ ଦ୍ଵନ୍ଦ ରେ ଥିବା ଶିଶୁ ଚିହ୍ନଟ କରିଥିଲେ। କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ ପାଇ ନ ଥିଲେ। ଉକ୍ତ ପରିଦର୍ଶନ ସମୟରେ ଉପକାରାଗାର ର ଅଧ୍ୟକ୍ଷ ଡିଲେଶ୍ୱର ଜେନା ସହଯୋଗ କରିଥିଲେ।