ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୭/୭) : ଆଜି ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଚାଷିର ବ୍ୟାଙ୍କ ଖାତାକୁ ସିଧାସଳଖ ପହଞ୍ଚିଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନାର ୧୪ ତମ କିସ୍ତି ୨୦୦୦ ଟଙ୍କା ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିନ ୧୧ ଘଟିକା ସମୟରେ ରାଜସ୍ଥାନର ସିକର ରୁ ପି ଏମ୍ କିଷାନ ଯୋଜନା ର ୧୪ ତମ କିସ୍ତି ଚାଷୀ ମାନଙ୍କୁ ପ୍ରଦାନ କରିଛନ୍ତି । ଫଳରେ ନାମ ମାତ୍ର ଚାଷି ତାର ଚାଷକାର୍ଯ୍ୟ ସୁରୁଖୁରୁରେ ଆରମ୍ଭ କରିବାକୁ ସୁବିଧା ହୋଇଛି । ଏହି ପରିପ୍ରେକ୍ଷୀରେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ଙ୍କ ଏହି ଯୋଜନାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନା ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି ଉନ୍ନତ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶହଶହ ଚାଷୀ ଉପସ୍ଥିତ ଥିଲେ ।
ମୁଖ୍ୟ ବକ୍ତା ଭାବେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ସୁଶ୍ମିତା ମହାନ୍ତି ମଞ୍ଚାସିନ ହୋଇ ଚାଷୀ ମାନଙ୍କୁ ବୈଜ୍ଞାନିକ ଯନ୍ତ୍ରପାତି ଓ ଜ୍ଞାନ କୈାଶଳ ପ୍ରୟୋଗ ଦ୍ଵାରା କିପରି ସହଜରେ ଚାଷକାର୍ଯ୍ୟ କରାଯାଇପାରିବ ଓ ମାଟି ପରିକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ବୈଜ୍ଞାନିକ ଡଃ ନାରାମ ରାମୁ ପ୍ରାକୃତିକ କୃଷି ଓ ରୋଗ ପୋକ ନିୟନ୍ତ୍ରଣ ସହ କିପରି ସମ୍ବନ୍ଵିତ କୃଷି ପ୍ରଣାଳୀ ପ୍ରୟୋଗ କରି ଚାଷକାର୍ଯ୍ୟ କଲେ ଚାଷୀ ମାନେ କମ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ବିସ୍ତୃତ ବିବରଣୀ ଥିଲେ ।
ବୈଜ୍ଞାନିକ ସୁଶ୍ରୀ ହିମାଦ୍ରୀ ବାଗ କିପରି ପାଣିପାଗ ବିଷୟରେ ଉପଯୁକ୍ତ ସତର୍କତା ଅବଲମ୍ବନ କରି ଚାଷକାର୍ଯ୍ୟ କଲେ ଚାଷୀ ମାନେ ଉପକୃତ ହେବେ ସେ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିରିଝୋଳି ସରପଞ୍ଚ ରଶ୍ମିତା ଶବର ଓ ନିଲାମଗୁଡା ସରପଞ୍ଚ ଗିତାଞ୍ଜଳୀ ଦୋରା ଯୋଗଦେଇ ସ୍ବୟଂ ସହାୟକ ଗୋଷ୍ଠୀ, କିପରି ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଚାଷକାର୍ଯ୍ୟ କରି କିଭଳି ନିଜ ଆୟ ଦ୍ଵିଗୁଣିତ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ପରିଶେଷରେ କାର୍ଯ୍ୟକ୍ରମ ସହାୟକ ପରିମଳ ତରାଇ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ପରିସମାପ୍ତ କରିଥିଲେ ।