ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ

0
55

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୩୧/୦୭) : ନାବାଳିକା ଝିଅକୁ ଅସଦାଚରଣ ଯୋଗୁଁ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଅସଦାଚରଣ ଯୋଗୁଁ ଝିଅର ପିତା ଓ ଦାଦା ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ । ଘଟଣାଟି ହେଉଛି ଗତକାଲି ରାତିର ।

ରାଇକିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଏହି ଖବର ଜାଣିବା ପରେ ନାବାଳିକାଙ୍କ ବାପା ଏବଂ ଦାଦା ମିଶି ଉକ୍ତ ଯୁବକଙ୍କୁ ପିଟିପିଟି ମାରି ଦେଇଥିଲେ । ମୃତକ ହେଲେ ଝାଡଖଣ୍ଡ ସିମଡେଗା ଅଞ୍ଚଳର ନିରୁପଲ ମେହେତ(୪୦) । ସିକବାଡ଼ି ଠାରୁ ନଣ୍ଡାବାଲି ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟରେ ଠିକା ସଂସ୍ଥାର ମିକ୍ସଚର ମେସିନ ଅପରେଟର ଭାବେ କାମ କରୁଥିଲେ । ଠିକା ସଂସ୍ଥା ତରଫରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ହତ୍ୟା ଅଭିଯୋଗରେ ୨ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି ।