କୁସୁମୀ ସଂକୀର୍ତ୍ତନ ମଣ୍ଡଳୀ କୁ କଂଗ୍ରେସ ଦଳ ପକ୍ଷରୁ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ

0
68

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨/୮) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର କୁସୁମି ଦୁର୍ଗା ମନ୍ଦିର ସଂକୀର୍ତ୍ତନ ମଣ୍ଡଳୀକୁ କୋଟପାଡ଼ କଂଗ୍ରେସ ଦଳ ପକ୍ଷରୁ କୋଡିଏ ହଜାର ଟଙ୍କା ବିଭିନ୍ନ ସାମଗ୍ରୀ କିଣିବା ପାଇଁ ସହାୟତା ପ୍ରଦାନ କରାଯାଇଥିବା ଜଣା ପଡ଼ିଛି ।WhatsApp Image 2023 08 01 at 18.34.06 କୁସୁମୀ ସଂକୀର୍ତ୍ତନ ମଣ୍ଡଳୀ କୁ କଂଗ୍ରେସ ଦଳ ପକ୍ଷରୁ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଆୟୋଜନ କରାଯାଇଛି । ମନ୍ଦିରର ଉନ୍ନତି, କୁସୁମୀରେ ରେଳ ରହଣି ସମେତ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ବେଳେ ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ କୁସୁମୀର ଯୁବ ନେତା ଘନଶ୍ୟାମ ବିଶୋଇଙ୍କୁ ପ୍ରଭାକର ପରିଡା, ନୀତେଶ ଚୌଧୁରୀ, ଭୀମ କୁମ୍ଭାର, କେଦାର ପଣ୍ଡା, ଭଗବାନ ସରାବୁ, ଅର୍ଜୁନ ନାୟକ, ପ୍ରହଲ୍ଲାଦ ସିଂ, ରଞ୍ଜିତ କୁମାର ବିଶୋଇଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ ମାନେ ସାଧୁବାଦ ଜଣାଇଥିଲେ I