ରକ୍ତ ଦାନ ପାଇଁ ଜିଲ୍ଲା ପୁଲିସ ପକ୍ଷ ରୁ ମେଗା ସଚେତନତା ବାଇକ ରାଲି

0
87

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୮) : ଚଳିତ ମାସ ୪ ତାରିଖ ସୋନପୁର ପୁଲିସ ପକ୍ଷ ରୁ ଆୟୋଜିତ ହେଉଥିବା ବିଶାଳ ରକ୍ତ ଦାନ ଶିବିର ସକାଶେ ଆଜି ଏକ ମେଗା ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2023 08 02 at 10.59.54 1 ରକ୍ତ ଦାନ ପାଇଁ ଜିଲ୍ଲା ପୁଲିସ ପକ୍ଷ ରୁ ମେଗା ସଚେତନତା ବାଇକ ରାଲି

ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ହିକୁଡି ଫାଣ୍ଡି ସମ୍ମୁଖରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଟାଉନ ଥାନା ଅଧିକାରୀ ପଦ୍ମାଶିନି ମେହେର, ଆର ଆଇ ପ୍ରଦ୍ୟୁମ୍ନ ପଟେଲ ଓ ଫାଣ୍ଡି ଅଧିକାରୀ ଚିତ୍ତ ରଞ୍ଜନ ମହାନନ୍ଦିଆ, ଏସ ଆଇ ଏକାଦସିଆ ପଧାନ, ଶ୍ରୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ l ମହାନଦୀ ହିକୁଡି ଫାଣ୍ଡି ଠାରୁ ମା ସୁରେଶ୍ୱରୀ ମନ୍ଦିର ଯାଏ ବିଭିନ୍ନ ସ୍ଲୋଗାନ ଦେଇ ଏକ ସଚେତନତା ବାଇକ ରାଲି କରାଯାଇ ଜନ ସାଧାରଣ ଙ୍କୁ ସଚେତନ କରା ଯାଇ ଥିଲା l ଏବଂ ନୂତନ ରକ୍ତ ଦାତା ଙ୍କ ଆଗ୍ରହ ବଢ଼ାଇ ବାକୁ ଯୁବକ ମାନଙ୍କୁ ସହର ବାସୀ ଙ୍କୁ ରକ୍ତ ଦାନ ଓ ପରିବେଶ ପ୍ରତି ମୋଟିଭେସନ କରାଯାଇଥିଲା l

ସ୍ୱଚ୍ଛ ଭାରତ, ଯୋଗାଳୟ, ସୋନପୁର କଲେଜ ଏନ ସି ସି, ଓ ଅନ୍ୟ ଛାତ୍ର ଛାତ୍ରୀ, ଯଶୋଦା ଦେବୀ ନର୍ସିଙ୍ଗ ଛାତ୍ରୀ, ପୁରାତନ ଛାତ୍ର, ଡ୍ରାଇଭର ସଂଘ, ଦେଶ ଫାଲ ମହୋତ୍ସବ କମିଟି, ହିକୁଡି ଯୁବକ ସଂଘ, ରିଜର୍ଭ ପୁଲିସ, ସୋନପୁର ଥାନା ଓ ହିକୁଡି ଫାଣ୍ଡି ପୁଲିସ କର୍ମଚାରୀ ସମେତ ସହର ର ବିଭିନ୍ନ ସଂଗଠନ ର ଶତାଧିକ ସ୍ବେଛାସେବୀ ବର୍ଷା ବାଧା ସତ୍ୱେ ଏହି ରାଲି ରେ ଯୋଗ ଦେଇଥିଲେ l ରକ୍ତ ଦାତା ମନୋଜ ପଣ୍ଡା, ସ୍ବେଛାସେବି ମନୋରଞ୍ଜନ ତ୍ରିପାଠୀ, ପୁଲିସ ଦିନେଶ ମିଶ୍ର ଓ ଯୁବ ସଂଗଠକ ସିକୁନ ଦାଶ ଏ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l