Special News: ଶିରିଗୁଡ଼ା ନାଳ ବର୍ଷାରେ 2 ପାର୍ଶ୍ୱ ମାଟି ଖସିବା ସହ ପୋଲ ଭାଙ୍ଗି ଯାତାୟତ ଠପ

0
56
ଶିରିଗୁଡ଼ା

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୩/୦୮) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ନିକଟସ୍ଥ ଶିରିଗୁଡ଼ା ନାଳ ଦୁଇ ପାର୍ଶ୍ୱ ରେ ମାଟି ଖସିବା ସହ ପୋଲ ବର୍ଷା ରେ ଭାଙ୍ଗି ଯାଇଥିବା ଜଣାପଡ଼ିଛି lWhatsApp Image 2023 08 03 at 19.14.43 Special News: ଶିରିଗୁଡ଼ା ନାଳ ବର୍ଷାରେ 2 ପାର୍ଶ୍ୱ ମାଟି ଖସିବା ସହ ପୋଲ ଭାଙ୍ଗି ଯାତାୟତ ଠପ

ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗୁଡ଼ାରୀ ତଥା ଆଖପାଖ ପଞ୍ଚାୟତ ଗୁଡିକରେ ଅବସ୍ଥା ସାଂଘାତିକ ହେଲାଣି । ନଦୀ ନାଳରେ ପାଣି ବଢିବାରେ ଲାଗିଛି । ଏହା ମଧ୍ଯରେ ଗ୍ରାମ ପାର୍ଶ୍ୱରେ ନାଳର ପାଣି ବଢିବାରେ ଲାଗିଛି।ସେଠାରେ ନିର୍ମାଣଧୀନ ପୋଲ କାମ ଚାଲୁଥିବା ବେଳେ ପାର୍ଶ୍ୱରେ ଥିବା ପୁରୁଣା ପୋଲ ଏବେ ସେଠାକାର ଜନସାଧାରଣ ଯିବା ଆସିବା କରୁଛନ୍ତି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଉଭୟ ପାର୍ଶ୍ଵରୁ ମାଟି ଧୋଇ ଯାଇଛି ।

ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ର ୧୦ ରୁ ଉର୍ଦ୍ଧ ଗ୍ରାମ ଶିରିଗୁଡ଼ା ରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି l ସେଠାରୁ କଲେଜ ଓ ସ୍କୁଲ ଆସୁଥିବା ଛାତ୍ରଛାତ୍ରୀ ଯିବାଆସିବା ରେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ପୋଲ କାମ ଆରମ୍ଭ ଦିନରୁ ଆର. ଡି ପକ୍ଷରୁ ଯାତାୟତ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗତ ଦୁଇ ଦିନ ହେଲାଣି ବର୍ଷା ଯୋଗୁଁ ରାସ୍ତାଟି ବନ୍ଦ କରାଯାଇଛି ବୋଲି ଆର.ଡି ଜେ ଇ କହିଛନ୍ତି । ବର୍ଷା ପରିମାଣ କମିଲେ ଏହାର ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି । ଅପରାହ୍ନ ରେ ଘଟଣା ସ୍ଥଳରେ ପହଞ୍ଚି ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ସ୍ଥିତ ପରଖି ସମ୍ପୃକ୍ତ ଯନ୍ତ୍ରୀଙ୍କୁ ମୁନା ନାୟକ ଏହି କାମ କହୁବୁଶୀଘ୍ର କାର୍ଯ୍ୟକାରୀ ହେଉ ବଲି କହିଥିଲେ l