Great News: 2 ଟି ଘର ଭାଙ୍ଗିଲେ ହାତୀ ପଲ

0
54
2 ଟି ଘର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡା, (୦୩/୦୮) : ପୁଣି ହାତୀ ଉପଦ୍ରବ । କିର୍ମୀରା ବ୍ଲକ ଭାଲୁପତ୍ରା ଗ୍ରାମରେ ବିଳମ୍ବିତ ରାତିରେ 2 ଟି ଘର ଭାଙ୍ଗିଲେ ହାତୀ ପଲ । ଅଳ୍ପକେ ବର୍ତିଲେ ୨ ପରିବାର ।

2 ଟି ଘର ଭାଙ୍ଗିଲେ ହାତୀ ପଲ- ବନବିଭାଗ ସୁରକ୍ଷିତ ଉଦ୍ଧାର କରିଥିବା ସୂଚନା । ଭାଳୁପତ୍ରା ଗ୍ରାମର ସୁଧାଞ୍ଜଳି ପ୍ରଧାନ ଓ ଥଣ୍ଡାରାମ ନାୟକ ଙ୍କ ଘର ଭାଙ୍ଗିଲେ ହାତୀ ପଲ । ଆଜି ସକାଳୁ ବାଗଡିହି ରେଞ୍ଜ କାଦୋବହାଲ ଅଞ୍ଚଳ ଓ ପାନପାଲି ରେଳ ଷ୍ଟସନ ନିକଟରେ ହାତୀପଲ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ୫ ଟିକିଆ ହାତୀ ପଲ ଆତଙ୍କ ସୃଷ୍ଟି କରିଥିବା ବେଳେ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ପୂର୍ବରୁ ବାଗଡିହି ରେଞ୍ଜ ଅଞ୍ଚଳ ପିତାମାଲ ଜଙ୍ଗଲ ରେ ୪ ଟି ହାତୀ ରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଆଜି ଜନବସତି ମୁଁହା ହୋଇଛନ୍ତି । ଆଉ ଏକ ହାତୀ କୋଳାବିରା ରେଞ୍ଜ ଅଞ୍ଚଳ ରୁ ବିଳମ୍ବିତ ରାତି ରେ ବାଗଡିହି ରେଞ୍ଜ ଅଞ୍ଚଳ କୁ ପଶି ଆସିଥିବା ସୂଚନା ମିଳିଛି । ହାତୀ ଘଉଡ଼ାଇବାକୁ ଉଭୟ ରେଞ୍ଜ ପକ୍ଷରୁ ସ୍ଵତନ୍ତ୍ର ଟିମ ଗଠନ କରି ପେଟ୍ରୋଲିଙ୍ଗ କରାଯାଉଥିବା ସୂଚନା ମିଳିଛି ।