ବିଲାତି ପାଇଁ ଛୁରା ମାଡ : ଜଣେ ଆହତ, ଜଣେ ଗୁରୁତର

0
50

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୫/୦୮) : ବିଲାତି ପାଇଁ ଛୁରା ମାଡ, ଜଣେ ଆହତ, ଜଣେ ଗୁରୁତର । ହାଟରେ ବିଲାତି କିଣାକୁ ନେଇ ତୁମୁଳକାଣ୍ତ । ଝାଡୁଦାର ଓ ସାଥିଙ୍କୁ ହେଲା ଛୁରାମାଡ ।

ଝାଡୁଦାରଙ୍କ ସହ ଥିବା ଯୁବକ ମଧ୍ୟ ଆକ୍ରମଣର ଶିକାର । ଏପରି ଘଟଣା ଘଟିଛି ଘଷିପୁରା ଥାନା ବାଲିପାଳ ସାପ୍ତାହିକ ହାଟରେ । ଗତକାଲି ସନ୍ଧ୍ୟାରେ ବିଲାତି କିଣାକୁ ନେଇ ତୁମୁଳ କାଣ୍ତ ଘଟିଛି । ପରିବା ଦୋକାନୀର ଛୁରା ମାଡରେ ହାଟ ଝାଡୁଦାର ଦିଲ୍ଲୀପ ମୁଖି ଗୁରୁତର ଆହତ ହୋଇଛନ୍ତି । ଅଭିଜିତ ବିନ୍ଧାଣୀ ନାମକ ଯୁବକ ଆହତ ହୋଇଛନ୍ତି । ଦିଲ୍ଲୀପ ହାଟରେ ଝାଡୁ କରି ଦେକାନ ପିଛା ୫ ଟଙ୍କା ନେଇଥାନ୍ତି । ପରିବା ଦୋକାନୀ ୫ ଟଙ୍କାରେ ଗୋଟେ ବିଲାତି ଦେଇଥାନ୍ତି । କିନ୍ତୁ ଗତକାଲି ପରିବା ଦୋକାନରୁ କିଏ ଜଣେ ଗୋଟେ କିଲୋ ବିଲାତି ନେଇଥିବା ବେଳେ ପରିବା ଦୋକାନୀ ଜଣକ ଦିଲ୍ଲୀପଙ୍କୁ ପଇସା ମାଗିଥିଲେ । ପରେ ପରିବା ଦୋକାନୀ ଓ ସହଯୋଗୀ ଛୁରୀ ଓ ବଟକରାରେ ଆକ୍ରମଣ କରିଥିଲେ । ପୋଲିସ ଏନେଇ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।