1. Best News: ଜଣାଶୁଣା ଫୁଟବଲ ଖେଳାଳିଙ୍କ ପରଲୋକ

0
53
ଜଣାଶୁଣା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୮) : ସୋନପୁର ସହର ର ଖଦାଳ ପଡା ନିବାସୀ, ଜଣାଶୁଣା ଫୁଟବଲ ଖେଳାଳି ତଥା ରାଜ୍ୟ ସ୍ତରୀୟ ଫୁଟବଲ ରେଫରୀ, ସର୍ବ ଭାରତୀୟ ସ୍ତରୀୟ ଖୋକୋ ରେଫରୀ ଶ୍ୟାମ ସୁନ୍ଦର ନାଏକ (୪୫) ଙ୍କ ଆଜି ପରଲୋକ ହୋଇଯାଇଛି l

ଜଣାଶୁଣା ଶ୍ରୀ ନାଏକ ସାହାରା ଟ୍ରଷ୍ଟ ହାଇସ୍କୁଲର ଖେଳ ଶିକ୍ଷକ, ଜିଲ୍ଲା କ୍ରୀଡା ସଂଘ, ବିଭିନ୍ନ କ୍ରୀଡା ସଂଗଠନ ଓ ପ୍ରଶାସନ ର ବିଭିନ୍ନ ଦାୟିତ୍ୱ ରେ ଖୁବ ଶୃଙ୍ଖଳା ଓ ନିଷ୍ଠା ର ସହ କାର୍ଯ୍ୟ ତୁଲାଇ ଏ ଅଞ୍ଚଳ ରେ ବେଶ ପରିଚିତ ପ୍ରଶଂସିତ ଥିବା ବେଳେ ସର୍ବ ଭାରତୀୟ ଖକୋ ଟୁର୍ନାମେଣ୍ଟ ରେ ଭାରତ ର ଚମ୍ପିୟାନ ସମୟ ରେ ଶ୍ରୀ ନାଏକ ଏହି ଟୁର୍ନାମେଣ୍ଟ ରେ ରେଫରୀ ଦାୟିତ୍ୱ ତୁଲାଇ ସୁବର୍ଣ୍ଣପୁର ତଥା ଓଡିଶା ର ଗୌରବ ଆଣିଥିଲେ l ଶ୍ରୀ ନାଏକ ଙ୍କ ମୃତ୍ୟ ଖବର ସହର ଓ ଜିଲ୍ଲା ଲୋକ ଙ୍କୁ ମର୍ମାହତ କରିଥିବା ବେଳେ ଛାତ୍ର ଛାତ୍ରୀ, ଶିକ୍ଷକ, ଖେଳ ପ୍ରେମୀ ତାଙ୍କୁ ଝୁରୁଛନ୍ତି l