1. Big News : ଶିଶୁ ବିକ୍ରି କରିଥିବା ପରିବାରକୁ ଭଡ଼ା ଘରୁ ବାହାର କଲେ ଘର ମାଲିକ : ଥଇଥାନ କଲେ ଉପଜିଲ୍ଲାପାଳ

0
79
ଶିଶୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୭/୦୮) : ଜନ୍ମିତ ଶିଶୁ ପୁତ୍ର କୁ ବିକ୍ରୀ ମାମଲାରେ ପୋଲିସ ତିନି ସଂଶ୍ଳିଷ୍ଟ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତ ୩୧ ତାରିଖ ରୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ କରି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ଶିଶୁ ବିକ୍ରି କରିଥିବା ପିତା ସନ୍ତୋଷ ପଟେଲ ଅନ୍ୟ ଦୁଇ ମଧ୍ୟସ୍ଥି ଙ୍କ ସହ ଜେଲ ରେ ଥିବା ବେଳେ ସନ୍ତୋଷ ଙ୍କ ସ୍ତ୍ରୀ ପୁଷ୍ପା ପଟେଲ କୁ ରହୁଥିବା ଭଡ଼ା ଘରୁ ଘର ମାଲିକ ଓ ସାଇ ବାସି ଗତ ରବିବାର ରାତି ୧୦ ଟା ସମୟ ରେ ଘର ଖାଲି କରେଇ ଦେଇଥିଲେ । ସ୍ୱାମୀ ସନ୍ତୋଷ ଜେଲ ରେ ଥିବା ବେଳେ ପୁଷ୍ପା ତାଙ୍କ ହାତରେ ଟଙ୍କାଏ ସୁଦ୍ଧା ନ ଥିବା ତଥା ଶିଶୁ ବିକ୍ରୀ ଟଙ୍କା ତାଙ୍କ ସ୍ବାମୀ ନେଇ ଥିବା କହିଛନ୍ତି । ଟଙ୍କା ତାଙ୍କ ସ୍ବାମୀ କଣ କଲେ କେଜାଣି ବୋଲି କହି ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଙ୍କ ଦ୍ବାରସ୍ଥ ହୋଇଥିଲେ ।

ପୁଷ୍ପା ନିଜ ଭୁଲ ସ୍ୱୀକାର କରି ସେ ଓ ତାଙ୍କ ତିନି ସନ୍ତାନ ଥଇଥାନ ନିମନ୍ତେ ଲିଖିତ ଆବେଦନ କରିବା ପରେ ଉପ ଜିଲ୍ଲାପାଳ ଶ୍ରୀ ପାଢ଼ୀ ଟିଟିଲାଗଡ ସି ଡି ପି ଓ ତଥା ବ୍ଲକ ସୁପର ଭାଇଜର, ସ୍ୱେଛାସେବୀ ତଥା କାଉନସିଲର ସୁନିଲ ଆଚାର୍ଯ୍ୟ ତଥା ଜନସେବା ସି ବି ଓ ସଦସ୍ୟ ଙ୍କୁ ଯୋଗାଯୋଗ କରି ଅନ୍ୟ ଏକ ଭଡ଼ା ଘର ଠିକ୍ କରି ତାଙ୍କ ଥଇଥାନ ବ୍ୟବସ୍ଥା କରିଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ଘଟଣା ରେ ସଂପୃକ୍ତ ବିଜୟ ମହାନନ୍ଦ ନାମକ ଜଣେ ବ୍ୟକ୍ତି ଫେରାର ଥିବା ତଥା ଶିଶୁ ପୁତ୍ର କୋଉଠି ଅଛି ସେ ନେଇ କିଛି ସୁଚନା ମିଳି ପାରି ନ ଥିବା ପ୍ରକାଶ ପାଇଛି ।