1. Best News : ଜାମ୍ବଗଛ ରୁ ପଡ଼ି ବାଳକ ଗୁରୁତର

0
68
ଜାମ୍ବଗଛ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତାର ଦୁଲଦୁଳିଗୁଡା ଗ୍ରାମର ଥବିର ପ୍ରଧାନୀ ଙ୍କ ପୁଅ ରୋହନ ପ୍ରଧାନୀ (୯) ଜାମ୍ବଗଛ ରୁ ପଡ଼ି ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।

ବିଦ୍ୟାଳୟ ଛୁଟି ହେବା ପରେ ଘରର ସମସ୍ତେ ସିରିପୁର ଗାଁ ନିକଟକୁ ଧାନ ରୁଆ କରିବା ପାଇଁ ଯାଇଥିବା ସୁଯୋଗ ନେଇ ସାଙ୍ଗ ମାନଙ୍କ ସହିତ ଜାମ୍ବ ଖାଇବା ପାଇଁ ଜାମ୍ବଗଛ ଚଢି ଥିଲେ । କୌଣସି କାରଣରୁ ରୋହନ ଗଛରୁ ଖସି ପଡିଯାଇଥିଲା । ସାଙ୍ଗ ମନେ ରୋହନ ପଡିଯାଇଥିବା ଖବର କରିବାରୁ ସଙ୍ଗେ ସଙ୍ଗେ ରୋଗିବୁହା ଗାଡିକୁ ଯୋଗା ଯୋଗ କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ନିର୍ମଳ ରାଜ ଗିରି ପ୍ରାଥମିକ ଚିକିତ୍ସା କରି ବାଳକକୁ ଗୁରୁତର ମାଡ଼ ହୋଇଥିବା ଯୋଗୁଁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ କିନ୍ତୁ ସାଙ୍ଗାତିକ ଅବସ୍ଥା ଥିବାରୁ ରାୟଗଡା ଠାରୁ ବ୍ରହ୍ମପୁର ପଟେଇଥିବା ସୂଚନା ମିଳିଛି ।