ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ : ଉପକୃତ ହେବେ ୩.୫ କୋଟି ଲୋକ

0
173

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୦୯) : ଆଜିଠୁ କାର୍ଯ୍ୟକ୍ଷମ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ । ଏହି ଯୋଜନାରେ ରାଜ୍ୟର ୯୨ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯାଇଛି । ଅଗଷ୍ଟ ୧୫ରେ ଏହି କାର୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ମାଲକାନଗିରିରେ ଜିଲ୍ଳାରେ ଏହାର ଶୁଭାରମ୍ଭ ହୋଇଥିଲା ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ୧୦ ଲକ୍ଷ ମହିଳା ଓ ଅନ୍ୟ ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ପାଇପାରିବେ । ଯେଉଁ ହିତାଧିକାରୀମାନେ ସ୍ମାର୍ଟକାର୍ଡ ପାଇନାହାନ୍ତି, ସେମାନେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ଦେଖାଇ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ।

ରାଜ୍ୟର ବିଭିନ୍ନ ପ୍ରାଇଭେଟ ହସ୍ପିଟାଲ ସହ ରାଜ୍ୟ ବାହାର କିଛି ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ବାହାରର କିଛି ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ ଅନୁବନ୍ଧନ ରହିଛି । ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ୩ ବର୍ଷ ପରେ ଏଥିରେ ଆଉ ୨୦.୮୦ଲକ୍ଷ ହିତାଧିକାରୀ ପରିବାରଙ୍କୁ ସାମିଲ ସହ ସମସ୍ତଙ୍କୁ ସ୍ମାର୍ଟ କାର୍ଡ(ସ୍ୱାସ୍ଥ୍ୟ ବୀମା କାର୍ଡ) ବାଣ୍ଟିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।