1. Best News : ମୋବାଇଲ ଫୋନ ଯୋଗେ ମନ୍ତ୍ର ଉଚ୍ଚାରଣ କରି ସାପ କାମୁଡି ଥିବା ରୋଗୀ କୁ କଲେ ସୁସ୍ଥ

0
47
ମୋବାଇଲ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୨/୦୮) : ମୋବାଇଲ ଯୁଗ ରେ ଓ ଏହି ମୋବାଇଲ ରେ ଗୁଣିଆ ମନ୍ତ୍ର ପଢ଼ୀ ବିଷାକ୍ତ ବିଷ ଝାଢି ଦେବା ଆମ ନଜର କୁ ଆସିଛି ।

ପ୍ରକାଶ ଯେ, ଟିଟିଲାଗଡ ପୌର ପରିଷଦର ସ୍ଵାଧୀନପଡ଼ା ର ଜଣେ କୁମୁଦିନୀ ମେହେର (୧୩) ନାମ୍ନୀ ଜଣେ ଝିଅ କୁ ସାପ କାମୁଡି ଦେବାରୁ ତାଙ୍କୁ ପାରିବାର ଲୋକେ ଟିଟିଲାଗଡ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥା ରେ କାଳେ ଝିଅ ର କିଛି କ୍ଷତି ନ ଘଟୁ ବୋଲି କୋରାପୁଟ ଅଞ୍ଚଳ ର ଜଣେ ଗୁଣିଆ ଙ୍କୁ ଯୋଗାଯୋଗ କରିଥିଲେ । ଉକ୍ତ ଗୁଣିଆ ସାପ କାମୁଡି ଥିବା ସ୍ଥାନରେ ସେ ମନ୍ତ୍ର ଉଚ୍ଚାରଣ କରିବେ ଓ ମୋବାଇଲ୍ ସେହି ଜାଗାରେ ଲଗେଇ ଦେବାକୁ କହିଥିଲେ ।

ଡାକ୍ତରୀ ଚିକିତ୍ସା ହଉ ଅବା ଗୁଣିଆ ଙ୍କ ମନ୍ତ୍ର, ତନ୍ତ୍ର ହଉ ଝିଅ ଶୋଇଥିବା ବେଳେ ତୁରନ୍ତ ଉଠି ବସିଥିଲେ । ଉକ୍ତ ପରିବାର ବର୍ଗ ଙ୍କ ବିଶ୍ୱାସ ହଉ ଅବା ଡାକ୍ତରୀ ଔଷଦ, ଇଞ୍ଜେକସନ ହଉ ଅନେକ ଲୋକ ସଚେତନତା ର ଅଭାବ ଯୋଗୁଁ ପ୍ରଥମେ ଗୁଣିଆ ନିକଟକୁ ଯିବା ଓ ମୃତ୍ୟୁ ର ଶିକାର ହେବା ଦେଖାଯାଉଛି । ଏଣୁ ଏଭଳି ଅବସ୍ଥାରେ ତୁରନ୍ତ ଡ଼ାକ୍ତରଖାନା ଆଣିବା ଉଚିତ୍ ଏବଂ ଏଥି ପାଇଁ ବ୍ୟାପକ ଭାବେ ସରକାରୀ ସ୍ତରୀୟ ସଚେତନତା ର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଛି ।