1. Best News : ଚାନ୍ଚଲ୍ୟ ସୃଷ୍ଟି କରିଥିବା ଟିଟିଲାଗଡ ଶିଶୁ ବିକ୍ରି ମାମଲାରେ ଜଣେ ଗିରଫ, ଆଉ ଜଣେ ଫେରାର

0
63
ଚାନ୍ଚଲ୍ୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,/ଟିଟିଲାଗଡ, (୧୩/୦୮) : ଚାନ୍ଚଲ୍ୟ ସୃଷ୍ଟି କରିଥିବା ଟିଟିଲାଗଡ ଶିଶୁ ବିକ୍ରି ମାମଲାରେ ଜଣେ ଗିରଫ, ଆଉ ଜଣେ ଫେରାର : – ଟିଟିଲାଗଡ ଶିଶୁ ବିକ୍ରି ମାମଲା ରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଗିରଫ ସହ ଉକ୍ତ ଶିଶୁ କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଜିଲ୍ଲା ର ପୋଷ୍ୟ ସନ୍ତାନ କେନ୍ଦ୍ର ରେ ରଖାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଯେ, ଏହି ଶିଶୁ ବିକ୍ରି ମାମଲା ନେଇ ଜିଲ୍ଲା ଜନସେବା ସି ବି ଓ ତରଫରୁ ଗତ ତା ୩୧-୦୭-୨୩ ରିଖ ଦିନ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକାରୀ ଏ ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ଙ୍କୁ ସବିଶେଷ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ଶୁକ୍ରବାର ରାୟଘର ର ଚକ୍ରଧର ନଗର ରୁ ଶିଶୁ ଟିକୁ ଉଦ୍ଧାର ସହ କ୍ରେତା ଅମିତ ଅଗ୍ରୱାଲ କୁ ଗିରଫ କରାଯାଇଛି ।

ଏହି ମାମଲା ରେ ଶିଶୁ ର ପିତା ସନ୍ତୋଷ ପଟେଲ, ସହ ମଧ୍ୟସ୍ଥି କରି ଥିବା ରମଜାନ ଖାନ କୁ ତଥା ଦେବୀ ଦୁର୍ଗା ନାମକ ଜଣେ ଯୁବକ କୁ କଳାହାଣ୍ଡି ରୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିଲା । ବର୍ତ୍ତମାନ୍ ଘଟଣା ରେ ସଂଶ୍ଳିଷ୍ଟ ଆଉ ଜଣେ ଅଭିଯୁକ୍ତ ବିଜୟ ମହାନନ୍ଦ ଫେରାର ଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଏକ ପ୍ରେସ ମିଟ ଜରିଆରେ ଡିଏସପି ଅଙ୍କିତ କୁମ୍ଭାର ଓ ଥାନା ଅଧିକାରୀ ମନୋଜ ପ୍ରଧାନ ସୂଚନା ଦେଇଛନ୍ତି ।