1. Best News : ଡ୍ରାଇଭରଙ୍କୁ ଅଟକ ରଖିବା ସହ ଗାଡ଼ିରୁ ଜୋରିମାନା ଆଦାୟ କରିଛନ୍ତି ତହସିଲଦାର

0
50
ଡ୍ରାଇଭରଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ବର, (୧୩/୦୮) : ଡ୍ରାଇଭରଙ୍କୁ ଅଟକ ରଖିବା ସହ ଗାଡ଼ିରୁ ଜୋରିମାନା ଆଦାୟ କରିଛନ୍ତି ତହସିଲଦାର : – ୭ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ । ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ସାନ ତେଘରି ଗ୍ରାମରେ ଆଡିଆ ବାଲି କାଟି ମାଫିଆ ମାନେ ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ କରୁଥିଲେ ।

ଗ୍ରାମବାସୀ ଙ୍କ ଅଭିଯୋଗ ପାଇବା ସଂଙ୍ଗେ ସଂଙ୍ଗେ ମେସିନ ସାହାଯ୍ଯରେ ବାଲି କାଟି ଚାଲାଣ କରୁଥିବା ସ୍ଥାନକୁ ତହସିଲଦlର ଗସ୍ତ କରି ଅଚାନକ ଚଡ଼ାଉ କରିଥିଲେ । ଘଟଣା ସ୍ଥଳରୁ ୭ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଛନ୍ତି ଏବଂ ସମସ୍ତ ଗାଡ଼ିରୁ ଜୋରିମାନା ଆଦାୟ କରିଛନ୍ତି ।

ଦୀର୍ଘ ଦିନରୁ ବେଆଇନ ଭାବେ ବାଲି ଅଡିଆକୁ ଖୋଳି ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରୁଥିଲେ । ଆଜି ତହସିଲଦାର ଚଡାଉ କରି ଟ୍ରାକଟର ଜବତ କରିବା ସହିତ ଯଉ ମାନେ ଏଥିରେ ସାମିଲ ଅଛନ୍ତି ସମସ୍ତ ବାଲି ମାଫିଆ ଙ୍କ ଉପରେ ତୁରନ୍ତ ଦୃଡ କାର୍ଯ୍ଯନୁଷ୍ଟାନ ଗ୍ରହଣ କରିବେ ବୋଲି ତହସିଲଦlର କହିଛନ୍ତି ।