1. Best News : ହାଇୱାକୁ ପଛରୁ ପିଟି ଡିଭାଇଡର ଉପରକୁ ଚଢ଼ିଗଲା ବସ୍‌

0
57
ହାଇୱାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୫/୦୮) : ଯାଜପୁର ଜିଲ୍ଲା ସାରୋଇ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌ ଏକ ହାଇୱାକୁ ପଛପଟୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରକୁ ଚଢ଼ିଯିବା ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ବସ୍‌ଟି ଭୁବନେଶ୍ଵରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ବସ୍‌ରେ ୪୦ରୁ ଅଧିକ ଲୋକ ବସିଥିଲେ। ଦିନ ପ୍ରାୟ ୧୨ ଟା ବେଳେ ସାରୋଇ ଛକ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚଣ୍ଡିଖୋଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଓ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ।