1. Best News : ଭାରତ ମାନବ ଅଧିକାର ସଂରକ୍ଷଣ ପରିଷଦ ଦ୍ବାରା ୭୭ ତମ ସ୍ବାଧିନତା ଦିବସ ପାଳିତ

0
84
ଭାରତ ମାନବ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୫/୮) : ଆଜି ଭାରତ ମାନବ ଅଧିକାର ସଂରକ୍ଷଣ ପରିଷଦ ଦ୍ବାରା ଗୁଣପୁର ଠାରେ ୭୭ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

“ମାନବ ସେବା ହିଁ ମାଧବ ସେବା” ଏହାକୁ ପାଥେୟ କରି ନିଜର କର୍ମ ପଥରେ ଆଗେଇ ଚାଲିଛି ଏହି ମାନବ ଅଧିକାର ସଂରକ୍ଷଣ ପରିଷଦ । ଆଜିର ଏହି ପୁଣ୍ୟ ସ୍ବାଧିନତା ଦିବସ ଅବସରରେ ରାଜ୍ୟ ଚିଫ ଏଜୁକେଟିଭ ଅଫିସର ଲାଡି ନରସିଂହ ମୂର୍ତ୍ତି ଜାତୀୟ ପତାକା ଉତ୍ତୋଳନ କରି ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ତାଙ୍କ ମତରେ ଯେତେବେଳ ଯାଏଁ ସମାଜରୁ ଦୁର୍ନୀତି , ଶୋଷଣ , ଭ୍ରଷ୍ଟାଚାର ଲୋପ ହୋଇନାହିଁ ଆମେ ନିଜକୁ ସ୍ବାଧୀନ ବୋଲି କିପରି କହିବା ? ତଥାପି ଆମେ ସ୍ବାଧୀନ ଭାରତର ନାଗରିକ । ଆମକୁ ଲୋକଙ୍କ ଅଧିକାର ପାଇଁ ଲଢେ଼ଇ କରିବାକୁ ପଡିବ ।

ଷ୍ଟେଟ ଚେୟାରମେନ ପ୍ରଭାକର ପୋଣ୍ଟୁରୁ ନିଜ ଅଭିଭାଷଣରେ କହିଥିଲେ ଯେ ,ସମସ୍ତ ମାନବାଧିକାର କର୍ମୀ ଏକାଠି ହୋଇ ସମାଜର ଦଳିତ , ନିଷ୍ପେସିତ ଓ ଅତ୍ୟାଚାରିତ ଲୋକଙ୍କ ସହଯୋଗ ପାଇଁ ସବୁବେଳେ ତତ୍ପର ରହିବା ଆବଶ୍ୟକ । ଏହି ଅଧିକାରର ଲଢେ଼ଇରେ ଅଧିକରୁ ଅଧିକ ମହିଳା କର୍ମୀ ନିୟୋଜିତ ହୋଇ ତୃଣମୂଳ ସ୍ତରରୁ କାର୍ଯ୍ୟ କରିବା ଆବଶ୍ୟକତା ରହିଛି । ରାଜ୍ୟ ୱ।ରକିଙ୍ଗ ଚେୟାରମେନ ଲାଡି ସଵ୍ରିଶ୍ ମାନବ ଅଧିକାରର ସୁରକ୍ଷା ପାଇଁ ମିଳିମିଶି ଲଢେଇ କରିବାକୁ ଆହ୍ଵାନ ଦେଇଥିଲେ ।

ଏହି ଅବସରରେ ନୂତନ ଭାବେ ଏମ୍ ରାମ କ୍ରିଷ୍ଣା, ଶୁଶ୍ମିତା ବାଉରୀ, ଲିମତା ଶବର, ଚିଟି ଶ୍ରୀ କୁମାର, ହିମାଂଶୁ କୁମାର ସାହୁ, ଜନେସ ଶବର , ଲଳିତା ବାଉରୀ, ଯଶୋଦା ବାଉରୀ, ସୁନିତା ନାୟକ, ଜି ନାଗଭୂଷଣ ସଂଗଠନରେ ଯୋଗ ଦେଇଥିଲେ । ନୂତନ କର୍ମୀ ମାନେ ବ୍ୟସ୍ତବହୁଳ ଜୀବନରୁ କିଛି କିଛି ସମୟ ବାହାର କରି ଲୋକଙ୍କ ଅଧିକାର ପାଈଁ ଲଢେ଼ଇ କରିବାକୁ ସଂକଳ୍ପ ନେଇଥିଲେ ।

ପରେ ସମସ୍ତ ମାନବାଧିକାର କର୍ମୀ ଗୁଣପୁର ଚିକିତ୍ସାଳୟ କୁ ଯାଇ ରୋଗୀଙ୍କ ଭଲମନ୍ଦ ବୁଝିବା ସହ ରୁଟି ଓ ଜଳଖିଆ ବଣ୍ଟନ କରିଥିଲେ । ଚିକିତ୍ସାଳୟରେ ଥିବା ଡ଼ାକ୍ତର ସମସ୍ୟା, ଜଳ, ବିଜୁଳି, ପରିମଳ ଓ ଔଷଧ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଉପଖଣ୍ଡ ଚିକିତ୍ସାଳୟର ମୂଖ୍ୟ (ଏସ୍ ଡି ଏମ୍ ଓ ) ସହ ଆଲୋଚନା କରାଯାଇଥିଲା । ଶେଷରେ ଷ୍ଟେଟ ଜେନେରାଲ ସେକ୍ରେଟାରୀ ବିପିନ ବିହାରୀ ପାଲକା ଧନ୍ୟବାଦ ଅର୍ପଣ କରିଥିଲେ ।