Best News : ସ୍କୁଲ ଉପରେ ବିପଦସଂକୁଳ 11 କେଭି ବିଦ୍ୟୁତ ତାର ହଟାଇବା ପାଇଁ ଦାବି

0
55
ସ୍କୁଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତାଲମୁଣ୍ଡା ସରକାରୀ ଉପ୍ରା ବିଦ୍ୟାଳୟ ଉପର ଦେଇ ୧୧ କେଭି ବିଦ୍ୟୁତ ତାର ଯାଇଥିବା ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସବୁବେଳେ ଆତଙ୍କିତ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି ।

ସାମାନ୍ୟ ପବନ ବୋହିଲେ ସ୍କୁଲ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟରେ ସ୍ପାର୍କିଂ ହୋଇ ନିଆଁ ବାହାରି ପଡୁଛି। ବିଦ୍ୟୁତ ତାର ଗଛ ଡାଳରେ ଘସି ହୋଇ ଯାଇଥିବା ରୁ ସେଠାରେ ମଧ୍ୟ ଅନେକ ସମୟରେ ନିଆଁ ହୁଳା ବାହାରୁଥିବା ଅଭିଯୋଗ ହେଉଛି।ସ୍କୁଲ ପରିସରରୁ ଖୁଣ୍ଟ ଓ ତାର ହଟାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି । ଫଳରେ ବିପଦପୂର୍ଣ୍ଣ ପରିସ୍ଥିତି ରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଏହି ବିଦ୍ୟାଳୟ ପରିସରରୁ ବିଦ୍ୟୁତ ଖୁଣ୍ଟ ଓ ତାର ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି । ସୂଚନାଯୋଗ୍ୟ ଯେ, ଇତି ମଧ୍ୟରେ ଏହି ଜିଲ୍ଲା ର ଉଲୁଣ୍ଡା ଠାରେ ନିଜର କୋଠା ଘରେ ଗୋଟିଏ ପରିବାରରର ସ୍ଵାମୀ ଓ ସ୍ତ୍ରୀ ୧୧କେଭି ବିଦ୍ୟୁତ ତାର ସ୍ୱର୍ଷସରେ ଆସି ମୃତ୍ୟୁ ହୋଇଥିଲା ।