Best News : ରାୟଗଡା ଜିଲ୍ଲା ସ୍ତରୀୟ 77 ତମ ସ୍ବାଧୀନତା ଦିବସ ପାଳିତ

0
72
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୬/୦୮) : ଜିଲ୍ଲା ସ୍ତରୀୟ 77 ତମ ସ୍ବାଧୀନତା ଦିବସ ରାୟଗଡା ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 08 16 at 13.20.02 Best News : ରାୟଗଡା ଜିଲ୍ଲା ସ୍ତରୀୟ 77 ତମ ସ୍ବାଧୀନତା ଦିବସ ପାଳିତ

ଏହି ଉତ୍ସବରେ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚ ଶିକ୍ଷା ବିଭାଗ, ଓଡିଶା,ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୯.୧୫ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗ ସଙ୍ଗେ ପ୍ୟାରେଡ ଅବିବାଦନ ଗ୍ରହଣ କରିଥିଲେ ଓ ଜିଲ୍ଲାବାସୀଙ୍କ ଉଦେଶ୍ୟରେ ସ୍ବାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ଦେଶର ସ୍ବାଧୀନତା ପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମ ବଳିଦାନ ଦେବାକୁ ପଡିଛି । ସେହି ଦେଶ ଭକ୍ତ ମାନଙ୍କୁ ସ୍ମୃତିଚାରଣ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ରାଜ୍ୟ ଆଜି ବିକାଶର ଶୀର୍ଷ ଛୁଇଁବାକୁ ଲାଗିଛି ।

ସମବାୟ କ୍ଷେତ୍ରରେ ଚାଷୀ ଉପକୃତ ହେଉଥିବା ବେଳେ ଗ୍ରାମୀଣ ଓଡିଶାକୁ ରୂପାନ୍ତରିଣ କରିବା ପାଇଁ ଓଡିଶାର ସଂସ୍କୃତି ଓ ଐତିହ୍ୟ ବଜାୟ ରଖିବା ପାଇଁ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ର ଆମ ଓଡିଶା ନବୀନ ଓଡିଶା ଯୋଜନା କାର୍ଯ୍ୟକ୍ରମର ଅନୁମୋଦନ ସହ ମୋ ଘର ଯୋଜନାରେ ଋଣ ପ୍ରଦାନ, ମୋ ଜଙ୍ଗଲ ଜମି ଯୋଜନା, ବିଜୁ ସେତୁ, ବିଜୁ ଏକ୍ସପ୍ରେସ୍ ଭଳି ଶିକ୍ଷା କ୍ଷେତ୍ରରେ ୫ଟି ଅଧିନରେ ସମସ୍ତ ବିଦ୍ୟାଳୟର ରୂପାନ୍ତରଣ , ମଧୁବାବୁ ପେନସନ ଯୋଜନା ସମେତ ସରକାରଙ୍କ ଅନ୍ୟ ସବୁ ବହୁ ଲୋକାଭିମୁଖୀ ଯୋଜନାରେ ରାଜ୍ୟ ବିକାଶ ଧାରାରେ ଆଗେଇ ଚାଲିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରକାଶ କରିଥିଲେ ।

ଏଥିସହ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେଥି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ରାୟଗଡା ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମାନାଗମନ ଏବଂ ଏଠାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରାଙ୍କ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରହିଛି ବୋଲି କହିଥିଲେ । ଏହି ଅବସରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଜିଲ୍ଲାର କୃତକାର୍ଯ୍ୟ ହୋଇଥିବା ୫ ଜଣକୁ ଯଥା-ପାଲାକା ରବୀନ୍ଦ୍ର, ଧୀରେନ୍ଦ୍ର କଣ୍ଡଗୋରି, ଜlହ୍ନବୀ ଶବର, ପଙ୍କଜ ମାଝୀ ଏବଂ ରମେଶ୍ୱରୀ ହିକକଙ୍କୁ ମୁଖ୍ୟ ଅତିଥି ରାୟଗଡ ସମ୍ମାନୀତ କରିଥିଲେ ।

କ୍ରୀଡା କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଁ ଛଅ ଜଣଙ୍କୁ, ଦୁଇ ଜଣ ଶିକ୍ଷକଙ୍କୁ, ପୁରସ୍କୃତ କରିଥିଲେ l ସେହିପରି ଏହା ସହିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତ୍ବୃତା ଓ ଦେଶାତ୍ମକବୋଧ ସଂଙ୍ଗୀତ ପ୍ରତିଯୋଗୀତାର ଅଣଚାଲିଶ ଜଣ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା କୃତ୍ତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ସର୍ଵଚ୍ଚ ନମ୍ବର ରଖି ଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସହିତ ଦଶ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଥିଲେ ।

ପ୍ୟାରେଡ ପ୍ରତିଯୋଗୀତାରେ ବରିଷ୍ଠ ଏନସିସି ରାୟଗଡା ସ୍ୱୟଂଶlଶିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଜୁନିୟର ଏନସିସି ଏକଲବ୍ୟ ମୋଡେଲ ଆଦର୍ଶ ବିଦ୍ୟାଳୟ, ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସ୍କାଉଟ ଗାଇଡ଼ରେ ଓ ୟୁଥ ରେଡ଼କ୍ରସରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କନ୍ଧ ମାଲିଗାଁ ଗାଇଡ଼, ଗୋପବନ୍ଧୁ ମୁନ୍ସିପାଲଟି ଉଚ୍ଚ ବିଦ୍ୟାଳୟ,ଜୁନିୟର ରେଡ଼କ୍ରସରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିଭିଲିଆନରେ ଷ୍ଟେଟ ବ୍ରିଗାଡ଼ ଓ ଦୀପ୍ତି କଂଭେଣ୍ଟ ରୟାଗଡ଼ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ପ୍ରାତଃ ୫ ଘଟିକା ସମୟରେ ରାୟଗଡ ସହରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପ୍ରଚାର କରାଯାଇଥିଲା । ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ସହରର ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସ୍ଥାନୀୟ ନଗରପାଳ ପି ମହେଶ ପଟ୍ଟନାୟକ ମାଲ୍ୟର୍ପଣ କରିଥିଲେ । ଏହା ପରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ, ଜିଲ୍ଲାପାଳ ଶ୍ରମତି ସ୍ଵଧା ଦେବ ସିଂ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକlନନ୍ଦ ଶର୍ମା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଓ ସେବାସମାଜ, ସେହିପରି ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ମାତୃ ଶକ୍ତି ବରିଷ୍ଠ ନାଗରୀକ ଗୃହ, ତୁମ୍ବିଗୁଡାରେ ଥିବା ବରିଷ୍ଠ ନାଗରିକ ଗୃହର ଏବଂ ସ୍ବେହ୍ନା ସ୍ବଦ୍ଧାର ଗୃହରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

ସ୍ଥାନୀୟ ଉପକାରାଗାରରେ ଥିବା ଅନ୍ତେବାସୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ନିହାର ରଞ୍ଜନ କହଁର, ନାଗପାଳ ଶ୍ରୀ ପଟ୍ଟନାୟକ, ଉପନଗରପାଳ ଶ୍ରୀମତି ଶୁଭ୍ରା ପଣ୍ଡା, ପୈର ନିର୍ବାହୀ ଅଧିକାରୀ ୟାଶୀର ବିଲାଲ ଅହମଦ ଫଳ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷl ଶ୍ରୀମତି ଅନୁସୂୟା ମାଝୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ସଂlସଦ ଏନ ଭାସ୍କର ରାଓ, ପୂର୍ଵତନ ବିଧାୟକ ଲାଳବିହାରି ହିମିରିକା, ଉପ-ଜିଲ୍ଲାପାଳ, ନଗରପାଳ ।

ଏଥି ମଧ୍ୟରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପ-ଜିଲ୍ଲାପାଳ, ଶ୍ରୀ ଭିମସେନ ଶବର, ନଗର ପାଳ, ମହେଶ ପଟ୍ଟନାୟକ, ପି.ଡି ୱାଟର ସେଡ୍ ଦୟାନିଧି ବାଗ, ପୌର ନିର୍ବାହୀ ଅଧିକାରୀ, ୟାସିର ବିଲ୍ଲା ଅହମଦ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅଶୋକ କୁମାର ଶତପଥି, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସହରରେ ଜିଲ୍ଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦବସ୍ଥ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ରାମ ପାତ୍ର, ପିତବାସ ବିଶ୍ୱାଳ, ଡମ୍ବରୁଧର ପଣ୍ଡା, ସାମ୍ରାଟ ସାହୁ,ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା, ଅଜିତ ପଣ୍ଡା ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।