1. Best News : ଆମ୍ବୁଲାନ୍ସ ର ସୁବିଧା ନ ଥିବାରୁ ଷ୍ଟେଚରରେ ବୁହାହେଲେ ଗର୍ଭବତୀ ମହିଳା

0
90
ଆମ୍ବୁଲାନ୍ସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୬/୮) : ଆମ୍ବୁଲାନ୍ସର ଅସୁବିଧା:- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ତଳ ସାଜା ଗାଁ’ର ଗର୍ଭବତୀଙ୍କୁ ଷ୍ଟେଚର ସାହାଯ୍ୟରେ ନଈ ପାର କଲେ ଚାରି ଯୁବକWhatsApp Image 2023 08 17 at 06.45.06 1. Best News : ଆମ୍ବୁଲାନ୍ସ ର ସୁବିଧା ନ ଥିବାରୁ ଷ୍ଟେଚରରେ ବୁହାହେଲେ ଗର୍ଭବତୀ ମହିଳା

ଆମ୍ବୁଲାନ୍ସର ଅସୁବିଧା: ଉକ୍ତ ଗ୍ରାମରେ ବର୍ଷ ବର୍ଷ ଧରି ଗର୍ଭବତୀ ,ରୋଗୀ ଓ ଶିଶୁମାନଙ୍କୁ ବହି ନେବାକୁ ଦେଖିବାକୁ ମିଳୁଛି । ସ୍ଵାଧୀନତାର ୭୭ ବର୍ଷ ପାଳନ ଶେଷ ହୋଇଗଲା।କିନ୍ତୁ ସର୍ବ ନିମ୍ନ ସୁବିଧା ଆଜି ଯାଏଁ ସେମାନଙ୍କ ଭାଗ୍ୟରେ ଜୁଟି ପାରିଲା ନାହିଁ କି ସରକାରଙ୍କୁ ଚେତା ପଡିଲା ନାହିଁ ।

ଗତ ୨୦୧୮ ମସିହାରେ ନାଗାବଳୀ ନଦୀରେ ବଢି ପାଣିରେ ଟିଉ ମାଧ୍ୟମରେ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଚହଳ ପଡିବା ପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା । କିନ୍ତୁ ଆଜି ଯାଏଁ ପୋଲ କି ଭଲ ରାସ୍ତା ଖଣ୍ଡିଏ ଆଜି ପର୍ଯ୍ୟନ୍ତ ଏହି ଗାଁ କୁ ହୋଇ ପାରିଲା ନାହିଁ ।

ଏମିତି ଅନେକ ମହିଳା ଶିଶୁଙ୍କୁ ବୋହି ନେଇଛନ୍ତି । ପୁଣି ଆଜି ସକାଳ ତଳସଜା ଜୟରାମ ମିଣିଆକା ଙ୍କ ସ୍ତ୍ରୀ ଗର୍ଭବତୀ କବିତା ମିଣିଆକାଙ୍କୁ ଗର୍ଭ ଯନ୍ତ୍ରଣା ହୋଇ ଛୋଟ ପଟ ହେଉଥିବା ପରିବାର ଲୋକେ ଦେଖିଥିଲେ । ପରେ ଗ୍ରାମର ଲୋକଙ୍କୁ ଜଣାଇବା ପରେ ଗ୍ରାମର ଚାରି ଯୁବକ ମିତେଶ ମିଣିଆକା, ମାଲେସ ରାଓ ମିଣିଆକା, ଦାମୋଦର ମିଣିଆକା, ରବି ମିଣିଆକା ସହିତ ପରିବାରଲୋକେ ମିଶି ଏକ ଷ୍ଟେଚରରେ ଦୁଇ କିମି ବୋହି ଆଣି ନାଗାବଳୀ ନଦୀ ପାର ହୋଇ ମୁଖ୍ୟ ରାସ୍ତା କୁ ନେବାପରେ ଆମ୍ବୁଲାନ୍ସ ଦ୍ଵାରା ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଉକ୍ତ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଭଲ ଥିବା ପରିବାର ଲୋକେ ପ୍ରକାଶ କରିଥିବା ବେଳେ ଡାକ୍ତର ସମ୍ୟ ରଞ୍ଜନ ଖର କହିଛନ୍ତି ଯେ ପ୍ରସବ ହେଲା ପରେ ଶିଶୁ ମାଁ କ୍ଷୀର ପିଉଛି କିନ୍ତୁ ଦୁର୍ବଳ ଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ।