Best News : ବିନିକା ରେ 77 ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

0
67
ବିନିକା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କଲେଜ ଏସିଆ ଠାରେ ଏନଏସି ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।

ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡ଼ରେ ଅଭିବାଦନ ଜଣାଇଥିଲେ ।ସେ ତାଙ୍କ ବକ୍ତବ୍ୟରେ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଭୂମିକା ନିଭାଇଥିବା ମହାପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ । ଆମର ଭବିଷ୍ୟତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ କାମନା କରିବା ସହିତ ଅଞ୍ଚଳର ବିକାଶରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ ।

ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗନେଇ ପୁରସ୍କାର ପାଇଥିବା ଶିକ୍ଷାନୁଷ୍ଠାନ ଗୁଡିକ ସମ୍ମାନିତ କରାଯାଇଥିଲା । ଶେଷରେ ଏନ ଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନିକା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ସରକାରୀ/ବେସରକାରୀ କର୍ମଚାରୀ, ଜନସାଧାରଣ, ପରିଷଦ କାଉନସିଲର,ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।