1. Best News : ସୁବର୍ଣ୍ଣପୁର ଜିଲ୍ଲାରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଧାରଣା

0
51
ସୁବର୍ଣ୍ଣପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୮) : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ର ଡାକରାରେ ଗତ କାଲିଠାରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ।

ଗତ ୭ ତରିଖରୁ କଳା ବ୍ୟାଚ ପରିଧାନ କରି ନିଜର କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବେଳେ ଗତକାଲି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନଙ୍କ ଦୁଇଟି ଦାବୀ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ଧାରଣାରେ ବସିଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ପ୍ରମୋଶନ ଓ ଗ୍ରେଡ ପେ ସମସ୍ୟା ଶୀଘ୍ର ସମାଧାନ ନହେଲେ ଏହି ପରି ଭାବରେ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ।