Best news : ଏନ୍ ଆଇ ଟି ରେ 4 ନକଲି ପରୀକ୍ଷାର୍ଥୀ ଗିରଫ

0
52
ଏନ୍ ଆଇ ଟି

ସୁନ୍ଦରଗଡ, (୨୧/୦୮) : ରାଉରକେଲା ଏନ୍ ଆଇ ଟି ରେ ନକଲି ଆଡ଼ମିଟ କାର୍ଡ ଦେଖାଇ ପରୀକ୍ଷା ଦେଉଥିବା ବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି । ୩ ନମ୍ବର ସେକ୍ଟର ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏନ୍ ଆଇ ଟି ପକ୍ଷରୁ କନିଷ୍ଠ ସହାୟକ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିଲା । ଏହି ଚାରିଜଣ ଜାଲିଆତି କରି ଅନ୍ୟ ନାମରେ ପରୀକ୍ଷା ଦେବା ବେଳେ ଧରା ପଡିଥିଲେ । ନକଲି ପରୀକ୍ଷାର୍ଥୀ ମାନେ ଦିଲ୍ଲୀ ଏବଂ ହରିୟାଣାର ବୋଲି ଜଣାପଡିଛି । ଅନ୍ୟ କେତେକ ପରୀକ୍ଷାର୍ଥୀ ବ୍ଲୁ ଟୁଥ ବ୍ୟବହାର କରି ପରୀକ୍ଷା ଦେଉଥିବା ଜଣା ପଡିଥିଲା ।

ଏନ୍ଆଇଟି ରେ ଏବେ ସହକାରୀ କୂଳ ସଚିବ, କନିଷ୍ଠ ସହାୟକ ଆଦି ପଦ ପାଇଁ ପରୀକ୍ଷା ଚାଲିଛି । ଗିରଫ ଯୁବକ ମାନେ ନକଲି ଆଡ଼ମିଟ କାର୍ଡ ଦେଖାଇ ପରୀକ୍ଷା ହଲ୍ ରେ ପ୍ରବେଶ କରିଥିଲେ। ପରୀକ୍ଷା ନିରୀକ୍ଷକ ଆଡ଼ମିଟ୍ କାର୍ଡ ଯାଞ୍ଚ କଲା ବେଳେ ସନ୍ଦେହ ହୋଇଥିଲା । ଅଧିକ ପଚରା ଉଚୁରା ବେଳେ ସେମାନେ ନକଲି ପରୀକ୍ଷାର୍ଥୀ ବୋଲି ଜଣା ପଡିଥିଲା । ଥାନାରେ ଏନ୍ ଆଇ ଟି ରେଜିଷ୍ଟ୍ରାର ଏତେଲା ଦେବାପରେ ପୋଲିସ ତଦନ୍ତ କରି ଚାରିଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ବ୍ଲୁ ଟୁଥ , କ୍ୟାମେରା ମୋବାଇଲ ଫୋନ ଆଦି ଜବତ କରାଯାଇଛି ।