1. Best News : “ଦୀପ ତଳ ଅନ୍ଧାର”, ଶ୍ରୀହୀନ ହୋଇପଡିଛି ଏବେ ଶ୍ରୀନଗର

0
53
ଦୀପ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୧/୮) : “ଦୀପ ତଳ ଅନ୍ଧାର”, ଶ୍ରୀହୀନ ହୋଇପଡିଛି ଏବେ ଶ୍ରୀନଗର : – ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ ଆଜିବି ସହରରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ମୌଳିକ ସୁବିଧା ।WhatsApp Image 2023 08 21 at 17.32.35 1. Best News : "ଦୀପ ତଳ ଅନ୍ଧାର", ଶ୍ରୀହୀନ ହୋଇପଡିଛି ଏବେ ଶ୍ରୀନଗର

“ଦୀପ ତଳ ଅନ୍ଧାର” : ଏପରି ଏକ ଅପହଞ୍ଚ ଇଲାକା ହେଲା ରାୟଗଡ଼ା ଜିଲ୍ଲା ଗୁଣପୁର ପୌରପରିଷଦ ଅଧିନସ୍ଥ ୧ ନମ୍ବର ୱ।ଡ ଶ୍ରୀନଗର (ଆମରୁ ନଗର) । ଦୀର୍ଘ ୬ ବର୍ଷ ହେଲା ଏଠାରେ ୫୦ ପରିବାର କୋଠାବାଡ଼ି କରି ରହି ଆସୁଛନ୍ତି ‌କିନ୍ତୁ ବହୁ ଅଭିଯୋଗ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏମାନେ ମୌଳିକ ସୁବିଧାରୁ ବଞ୍ଚିତ । ସୂଚନା ମୁତାବକ ଛଅ ବର୍ଷ ତଳେ ଏଠାକାର ବାସିନ୍ଦା ମାନେ ଜଣେ ଜମି ମାଲିକ ଠାରୁ ଏହି ଜମି କିଣି ଘରଦ୍ଵାର କରିଥିଲେ । ସେତେବେଳେ ଜମି ମାଲିକ ଏହି ଜାଗା ଜିଲ୍ଲା ଯୋଜନା ଓ ପୌରପରିଷଦ ଅନୁମୋଦନ ହୋଇ ସାରିଥିବା କହିଥିଲେ ବୋଲି କ୍ରେତା ମାନେ ଅଭିଯୋଗ କରିଛନ୍ତି ।

ପରବର୍ତ୍ତୀ ସମୟରେ ଏସବୁ ହୋଇନଥିବା ଜାଣିବାକୁ ପାଇଥିଲେ । ଯାହାଫଳରେ ପୌରପରିଷଦର ବକ୍ର ଦୃଷ୍ଟି ଏ ଅଞ୍ଚଳ ଉପରେ ପଡ଼ିଛି । ଯେହେତୁ ପୌରପରିଷଦର ଅନୁମୋଦନ ଲାଭ କରିନାହିଁ ତେଣୁ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ । ବିନା ରାସ୍ତା, ପାନୀୟ ଜଳ, ବିଜୁଳି, ଡ୍ରେନ ଓ ପରିମଳ ସୁବିଧା ବିନା ଦୀର୍ଘ ଛଅ ବର୍ଷ କଳାପାଣି ସଜା ଭୋଗୁଛନ୍ତି ଶ୍ରୀନଗର ବାସି । ଏହାର କଣ କିଛି ସମାଧାନ ନାହିଁ ? ଜମି ମାଲିକକୁ ପଚାରିଲେ ନାଲି ଆଖି ଦେଖାଇ ଧମକ ଚମକ ଦେଉଛନ୍ତି ।

ଫଳରେ ଅତିଷ୍ଠ ହୋଇ ଆଜି ଶ୍ରିନଗର ର ଶତାଧିକ ପୁରୁଷ ଓ ମହିଳା ମାନେ ଗୁଣପୁର ପୌରପରିଷଦ କାର୍ଯ୍ୟାଳୟ କୁ ଯାଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସତ୍ୟସମ୍ପର୍ଣ୍ଣା ରାଉତଙ୍କ ନିକଟରେ ଅଭିଯୋଗ କରିଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀ ୭ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଆଶ୍ଵାସନା ଦେଇଛନ୍ତି । ଦେଖିବାକୁ ବାକି ରହିଲା ପୌରପରିଷଦର ଏହି ଅନ୍ଧାରି ଇଲାକା ଉପରେ ଅଧିକାରୀଙ୍କ ଶୁଭ ଦୃଷ୍ଟି କେବେ ପଡୁଛି ।