ଜାତୀୟ ରାଜପଥ ଅବରୋଧ ମାମଲାରେ ବୈପାରୀଗୁଡା ଥାନା ପକ୍ଷରୁ ୧୭ ଜଣଙ୍କ ନାଁରେ ମାମଲା ରୁଜୁ

0
282

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରୀଗୁଡା,(୦୩/୦୯) : ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ଅବରୋଧ ମାମଲାରେ ବୈପାରୀଗୁଡା ଥାନା ପକ୍ଷରୁ ୧୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଆଜି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ସାର ଅଭାବକୁ ନେଇ ବୈପାରୀଗୁଡା ଚାଷୀ ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନହେବାରୁ ଗତ କାଲି ରାଞ୍ଚି ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜ ପଥ ମୁଖ୍ୟ ଛକ ଅବରୋଧ କରି ଆନ୍ଦୋଳନ କରିଥିଲେ ହେଲେ ଏହି ଘଟଣାକୁ ନେଇ ଜିଲ୍ଲା ପୋଲିସ ନିର୍ଦ୍ଦେଶ ଅନୁଯାୟୀ ବୈପାରୀଗୁଡା ଥାନା କେସ ନମ୍ବର ୧୪୧/୨୧ ଅନୁଯାୟୀ ବୈପାରୀଗୁଡା ର ୧୭ ଜଣଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି l ଜାତୀୟ ରାଜପଥ ଅବରୋଧ ଲାଗି ସାଧାରଣ ଲୋକେ ଜାତୀୟ ରାଜପଥରେ ଅଟକି ରହିଥିଲେ ଯଦ୍ୱାରା କି ଲୋକେ ହଇରାଣ ସମ୍ମୁଖୀନ ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣା ପଡିଛି l