1. Best News : ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର

0
99
ଦୁଇ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୧/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥାନୀୟ ପଞ୍ଚାୟତ ର ଜାମୁଗୁଡା ନୂଆ ସାହି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।WhatsApp Image 2023 08 21 at 19.09.03 1. Best News : ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର

ଆଜି ଅପରାହ୍ନରେ ପାର୍ଷାଲି ପଞ୍ଚାୟତର ବଡଡେଙ୍ଗିଲେଲି ଗାଁ’ର ବୁଟି ସିକକା ଏକ ବାଇକରେ କଲ୍ୟାଣସିଂହପୁର ବଜାରକୁ ଆସି ଯାଉଥିବା ବେଳେ ବିପରୀତ ଦିଗରୁ ଗୋଟିଏ ବାଇକରେ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗାଁ’ର କରକରିଆ ଗୁରୁବାରୁ ଓ ସ୍ଥାନୀୟ କୀୟାଗୁଡା ସାହିର ବଳରାମ ପରିଡା , ଜାମୁଗୁଡା ନୂଆସାହି ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାକୁ କିଛି ଲୋକ ଦେଖି ସଙ୍ଗେ ସଙ୍ଗେ ଗୁରୁତର ଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ତିନି ଜଣ ଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଜିଲ୍ଲା ଚିକିତ୍ସାଳୟ କୁ ପଠାଇ ଦେଇଛନ୍ତି ।