1. Best News : ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

0
64
ବରିଷ୍ଠ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୦୮) : ଆଜି ବରିଷ୍ଠ ନାଗରିକ ଦିବସ ଅବସର ରେ ମହାରାଜା ହାଇସ୍କୁଲ ର ପ୍ରାକ୍ତନ ଗଣିତ ଶିକ୍ଷକ ତଥା ଗୀତା ଭାଷ୍ୟ ସଂକଳନ ର ରଚୟିତା √ ପ୍ରସନ୍ନ କୁମାର ପଣ୍ଡା ଙ୍କ ସ୍ମୁତି ରେ ସୁବର୍ଣ୍ଣପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସ୍ୱଚ୍ଛ ଭାରତ ଓ ରାମଧୁନ କ୍ଲବ୍ ଆନୁକୁଲ୍ୟ ରେ ମଝିପଡ଼ା କାଳୀ ପୂଜା ପୂଜା ମଣ୍ଡପ ରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି ।

ସକାଳ ୮ ଘଣ୍ଟାରୁ ୧୧ ଘଣ୍ଟା ଯାଏ ଏହି ଶିବିର ରେ ଶତାଧିକ ବରିଷ୍ଠ ନାଗରିକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ଶିବିର କୁ ଜ଼ିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ ଶୁଭ ଉଦଘାଟନ କରି ସ୍ବେଛାସେବୀଙ୍କ ଏହି ପ୍ରୟାସ ପ୍ରଶଂସନୀୟ ବୋଲି କହି ବରିଷ୍ଠ ନାଗରିକ ଙ୍କୁ ସେବା ଓ ସମ୍ମାନ ଦେବା ସମସ୍ତ ଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତ ରଖିଥିଲେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସଭାପତି ଡ଼ଃ. ଜ୍ୟୋତି ରଞ୍ଜନ ବହିଦାର, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ୱାଇଁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପଠାନ କୁମାର ପଣ୍ଡା ଯୋଗ ଦେଇ ବରିଷ୍ଠ ନାଗରିକ ଙ୍କ ସ୍ୱାସ୍ଥ୍ୟ ପ୍ରତି ଆମେ ଯତ୍ନ ବାନ ହେଲେ ଓ ସେମାନେ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତ ରଖିଲେ ।

ଏହି ଶିବିର ରେ ଡାଇବେଟିସ, ରକ୍ତ ଚାପ ତଥା ECG ର ସମ୍ପୂର୍ଣ୍ଣ ମାଗଣାରେ CUREBAY ସ୍ଵାସ୍ଥ୍ୟ ସେବା ସଂସ୍ଥା ତରଫରୁ ପରୀକ୍ଷା କରାଗଲା । ଏହା ସହିତ ଏସିଡ, ଗେଷ୍ଟିକ ର ଚିକତ୍ସା ଓ ମାଗଣା ଔଷଧ ମଧ୍ୟ ଦିଆଗଲା ।

ଡାକ୍ତର ସରୋଜ ପଟେଲ, ଫର୍ମାସିଷ୍ଟ ସୁଵାଷ ପଧାନ, କ୍ୟୁରବେ ସ୍ୱାସ୍ଥ୍ୟ ସେବା ସଂସ୍ଥା ର ସି ବିଏମ ନରେନ୍ଦ୍ର ସାହୁ, ସିଷ୍ଟର ରଶ୍ମିତା ବେହେରା ଚିକିତ୍ସା ରେ ସହଯୋଗ କରିଥିବା ବେଳେ କାଉନଶୀଲର ପିୟୁଷ ପଣ୍ଡା, ରାମଧୁନ କ୍ଲବ ସମ୍ପାଦକ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ, ଯୋଗାଳୟ ର ଉପଦେଷ୍ଟା ରାଧା କିସାନ ଆଗ୍ରୱାଲା, ସ୍ୱଚ୍ଛ ଭାରତ ର ଉପଦେଷ୍ଟା ଗରିବ ଲୋଇ, ବୈକୁଣ୍ଠ ଶତପଥୀ, ବିନୋଦ ମେହେର, ଇନ୍ଦୁ ମତି ପୁରୋହିତ, ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ ସାହୁ, ତରଣୀ ମେହେର, ଲଡ଼ୁ କିଶୋର ମଲ୍ଲିକ, ସୁଶାନ୍ତ ସାହୁ, ପ୍ରତାପ ଦାଶ, ଜୟନ୍ତ ବେହେରା, ଗଣେଶ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । କୋଡିନେଟର ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।