1. Best News : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

0
57
ଜିଲ୍ଲାପାଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୮) : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ : – ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି ।

୨ ଦଫା ଦାବି ନେଇ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦିଆଯାଇଛି । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଜିଲ୍ଲା ସଂଘ ସଭାପତି ସୂଚନା ଦେଇଛନ୍ତି । ସଂଘର ଦାବି ଗୁଡିକ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନି କରିବା ସହ ଲେଭେଲ ୫ ରୁ ପେ ଲେଭେଲ- ୯କୁ ବୃଦ୍ଧି କରିବା ।

ପିଇଓ ମାନଙ୍କ ୧୦ ବର୍ଷ ଚାକିରୀ ପୂରଣ କରିଥିବା ପିଇଓ ସମୂହଙ୍କ ପାଇଁ ସ୍ଵତନ୍ତ୍ର ପଦବୀ ସୃଷ୍ଟି କରି ଉଚ୍ଚତର ପଦବୀରେ ଅବସ୍ଥାପିତ କରାଯାଉ ଏବଂ ଜିପିଡିଓ ପଦବୀକୁ ୧୦୦ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । ଏହି ଧାରଣାରେ ସଂଘ ସଭାପତି ସନାତନ ମହାଲିକ, ସଂପାଦକ ପଦ୍ମନାଭ ପଣ୍ଡା ଙ୍କ ସହ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାମିଲ ଅଛନ୍ତି l ତେବେ ଆଗାମୀ ଦିନରେ ଭୁବନେଶ୍ୱର ରେ ମଧ୍ୟ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି l