1. Best News : – ପାଣିଘେରରେ ରହିଛି ଅଲେଖ ମହିମା ମଠ : ପାଣି ନିଷ୍କାସନ ପାଇଁ ଦାବୀ

0
73
ପାଣିଘେରରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୮) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବ୍ଲକର ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋୟଲବେର୍ଣ୍ଣା ଠାରେ ଥିବା ଅଲେଖ ମହିମା ମଠ ଏବେ ପାଣିଘେରରେ ରହିଛି ।

ଗତ କିଛିଦିନ ତଳର ବର୍ଷା ରେ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଏବେ ସଂପୂର୍ଣ୍ଣ ମଠ ଟି ପାଣିଘେରରେ ରହି ଏକ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ମଠ ପାର୍ଶ୍ଵରେ ନିର୍ମାଣ ହୋଇଥିବା କେନାଲ ର ତଳମୁଣ୍ଡରେ ମଠର ଅବସ୍ଥିତି ଯୋଗୁଁ ତଥା ତଳମୁଣ୍ଡରେ କେନାଲ ନିର୍ମାଣ ହୋଇନଥିବା ଯୋଗୁଁ ଓଭରଫ୍ଲୋ ପାଣି ହିଁ ମଠ ଚତୁପାର୍ଶ୍ଵ ରେ ଘେରି ଯାଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।

ସେପଟେ ଚିର ମରୁଡି ପ୍ରପିଡିତ ସୋନପୁର ବ୍ଲକର ଖଲିଆପାଲି, ଲଛିପୁର, ବିଶିମୁଣ୍ଡା ଅଞ୍ଚଳ ଦେଇ ଅର୍ଜୁନପୁର ଓ ପରେ କଳାପଥର ପଞ୍ଚାୟତ ର ବିଭିନ୍ନ ଗ୍ରାମ ମାନଙ୍କୁ ଜଳସେଚନ ପାଇଁ ଥିବା ଏହି ଗାଇଖାଇ କେନାଲ ଖନନ ପାଇଁ ସମସ୍ତ ବ୍ୟୟବରାଦ ହୋଇଥିବା ବେଳେ ମାତ୍ର କିଛି ଡିସିମିଲ ଜମି ମାଲିକ ଙ୍କ ଅସହଯୋଗ ଓ କିଛି ଜଙ୍ଗଲଜମି ଅଧିଗ୍ରହଣ ରେ ବିଳମ୍ବ ଯୋଗୁଁ କାମ ଆଗକୁ ଯାଇପାରୁନାହିଁ l

ଫଳରେ ଏତେବଡ ଯୋଜନା ଫଳପ୍ରଦ ହେବାପାଇଁ ସମୟ ଗଡିଚାଲିଛି । ଏ ସଂପର୍କରେ ତେଲ ଜଳସେଚନ ବିଭାଜନ ର ନିର୍ବାହୀ ଯନ୍ତ୍ରୀ ଇଂ ଜିତେନ୍ଦ୍ର କୁମାର ପାଢ଼ୀ ଙ୍କ ପ୍ରତିକ୍ରିୟା ନେବାରୁ ଜମି ଅଧିଗ୍ରହଣ ର କିଛି ସମସ୍ୟା ରହିଛି ଯାହାକି ଖୁବଶୀଘ୍ର ସମାଧାନ ହୋଇଯିବ ଓ ଆଗକୁ ତଳମୁଣ୍ଡର ଚାଷୀଙ୍କ ଜମି ଜଳସେଚିତ ହେବାସହ ଏଭଳି ସମସ୍ୟା ଆଉ ରହିବ ନାହିଁ ବୋଲି ପ୍ରକାଶ କରିଛନ୍ତି ।