ବୌଦ୍ଧ ଜିଲ୍ଲାରେ ସାର ଦର ଆକାଶ ଛୁଆଁ : ୩୨୦ଟଙ୍କାର ସାର ୫୫୦ ଟଙ୍କାରେ ବିକ୍ରି

0
160

ରିପୋର୍ଟ : ସୁଶାନ୍ତ ବେହେରା
ବୋୖଦ୍ଧ,(୦୩/୦୯) : ବୌଦ୍ଧ ଜିଲ୍ଲାରେ ସାର ଦର ଆକାଶ ଛୁଆଁ | ସରକାର ଚାଷୀକୁଳ ମାନଙ୍କ ପାଇଁ ଧାନ ବିହନ, ସାର, ଔଷଧ ଯୋଗାଇ ଦେଉଥିବା ବେଳେ ,ଏବେ ବୋୖଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଦରରେ ସାର ବିକ୍ରୟ ହେଉଥିବା ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲାରେ ସାର ଦର ୩୨୦ଟଙ୍କା ଥିବାବେଳେ ସାର ଦର ୩୨୦ଟଙ୍କା ବଦଳରେ ୫୫୦ ଟଙ୍କା ସାର ବିକ୍ରୟ ହେଉଥିବା ଶୁଣିବାକୁ ମିଳୁଛି । ଗୋଟିଏ ପଟରେ କୋରନା ମହାମରିକୁ ନେଇ ଚାଷୀକୁଳ ଓ ଜନସାଧାରଣ ଅର୍ଥର ଅଭାବ ଜଙ୍ଗୁ ପେଟକୁ ଖାଇବା ପାଇଁ ଦାନା ମିଳୁନାହିଁ । ଆଉ ଗୋଟିଏ ପଟରେ ବର୍ଷାର ଅଭାବ ଦେଖାଦେଇଥିବା ଯୋଗୁଁ ବିଲରେ ପଲ୍ହା ମାରିବାକୁ ବସିଲାଣି ତ ଆଉ କାହାର ସମ୍ପୂର୍ଣ୍ଣ ମରୁଡି ଦେଖାଦେଲାଣି ।

ଏତେ ଅଭାବ ଅନଟଣରେ ବି ଦୋକାନୀ ମାନେ ସାରକୁ ଚଢାଦରରେ ବିକ୍ରୟ କରି ମାଲେମାଲ ହୋଉଥିବା ବେଳେ ଚାଷୀମୁଣ୍ଡରେ ପଡ଼ିଲାଣି ଚଡକ । କଳାବଜାରରେ ବିକ୍ରୟହେଉଥିବା ଚଢା ଦରରେ ସାର ଉପରେ ନଜର ଦେବା ସହ ମରୁଡ଼ିଗ୍ରସ୍ତ ହୋଇଥିବା ଚାଷୀକୁଳ ଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନ କୁ ହେଉଛି ଦାବି ।