ବିଜେପି ଦଳ ର ମିଶ୍ରଣ ପର୍ବ ସହ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

0
22
ବିଜେପି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର/ଟିଟିଲାଗଡ, (୨୫/୦୪) : ଟିଟିଲାଗଡ଼ ସ୍ଥିତ ନବୀନ ଜୈନ ଙ୍କ ଫାର୍ମ ହାଉସ ରେ ଭାରତୀୟ ଜନତା ପାର୍ଟି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଟିଟିଲାଗଡ଼, ସଇଁତଲା ଓ ଗୁଡ଼ଭେଲା ବ୍ଳକ ଅଞ୍ଚଳ ରୁ ବିପୁଳ ସଂଖ୍ୟାରେ କଂଗ୍ରେସ ଓ ବିଜେଡି ର କର୍ମି ତଥା ଅନେକ ସାଧାରଣ ଲୋକେ ଭାରତୀୟ ଜନତା ପାର୍ଟିର ଏହି ମିଶ୍ରଣ ପାର୍ଟି ରେ ଯୋଗ ଦାନ କରିଥିଲେ । ବିଜେଡି ଓ କଂଗ୍ରେସ ର ଯେଉଁ କର୍ମିମାନେ ବିଜେପି ରେ ମିସିଥିଲେ ସେମାନଙ୍କୁ ଟିଟିଲାଗଡ଼ ବିଜେପି ବିଧାନସଭା ପ୍ରାର୍ଥୀ ନବିନ ଜୈନ ଓ ପୂର୍ବତନ ସାଂସଦ ଶ୍ରୀମତୀ ସଙ୍ଗିତା ସିଂଦେଓ ବିଜେପି ଟୋପି ଓ ପାର୍ଟି ଉତ୍ତରି ଦେଇ ସମ୍ମାନର ସହିତ ସ୍ୱାଗତ କରିଥିଲେ । ୨୫ ବର୍ଷ ଧରି ଶାସନ କରି ଆସୁଥିବା ଓ ଶାସନ କାଳରେ, ଚିଟଫଣ୍ଡ ଦୁର୍ନୀତି ତଥା ୧୦୦ କୋଟି ଟଙ୍କା ର କର୍ପସ ପାଣ୍ଠି ହଡ଼ପ,କାଗଜ,କଲମ ରେ କୋଟି, କୋଟି ଟଙ୍କା ର ନିର୍ମାଣ କରି ବିଭିନ୍ନ ପ୍ରକଳ୍ପ ତଥା ମନ୍ଦିର, ମସଜିଦ, ଡାକ୍ତର ଖାନା, ନିର୍ମାଣ କରି କାର୍ଯ୍ୟକାରୀ କରା ନ ଯିବା,ଦାଦନ ଶ୍ରମିକ ସମସ୍ୟା, କେବିକେ ଯୋଜନା, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,କାଳିଆ ଯୋଜନା,ଜଳ ପ୍ରକଳ୍ପ ଗୁଡିକ ଆଳରେ ସରକାର ଙ୍କ ଟଙ୍କା ବରବାଦ କରାଯାଇ ସମ୍ପୂର୍ଣ ଅବହେଳା କରାଯାଇଥିବା ପ୍ରକାଶ କରା ଯାଇଥିଲା ।

ଏହି ଅଞ୍ଚଳ ର ବିକାଶ ଓ ସମସ୍ୟା ଗୁଡ଼ିକ ର ମୂଳୋତ୍ପାଟନ କେବଳ ବିଜେପି କରିବା ସହ ସ୍ୱଚ୍ଛ ନିର୍ମଳ ଶାସନ କରିବା ପାଇଁ ପଦ୍ମଫୁଲ ଚିହ୍ନ ରେ ଚିହ୍ନରେ ନବୀନ ଜୈନ ଙ୍କୁ ଗୋଟିଏ ଭୋଟ ଓ ଲୋକସଭା ଆଶନ ରେ ସଙ୍ଗିତା ସିଂଦେଓଙ୍କୁ ଗୋଟିଏ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଙ୍ଗିତା ସିଂଦେଓ, ଟିଟିଲାଗଡ ବିଜେପି ଦଳୀୟ ଆଶାୟୀ ପ୍ରାର୍ଥୀ ନବୀନ ଜୈନ, ବରିଷ୍ଟ ରାଜ ନେତା ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ,ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର,ଜିଲ୍ଲା ସଭାପତି ଶ୍ରୀ ଶିବାଜୀ ମହାନ୍ତି, ବଲାଙ୍ଗୀର ପ୍ରଭାରୀ ଶ୍ରୀ ଉପେନ୍ଦ୍ର ପଣ୍ଡା, ଲୋକସଭା ବିସ୍ତାରକ ଶ୍ରୀ ପ୍ରଦୀତ୍ପ ରାୟ, ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷା ଶ୍ରମତୀ ମମତା ଦେବୀ ଜୈନ,ଅଶୋକ ଦୋରା , ମହିନ୍ଦ୍ର ଠାକୁର, ବିରଞ୍ଚି ସାହୁ ପ୍ରମୁଖ ଯୋଗ ଦାନ କରିଥିଲେ ।

Leave a Reply