1. Best News : ରାୟଗଡା ଜିଲ୍ଲାର ୪ ଟି ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

0
51
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୩/୦୮) : ଜିଲ୍ଲାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ନିମନ୍ତେ ଯୋଜନା କରିବାକୁ ଥିବାବେଳେ ଚାରିଟି ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଛୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି lWhatsApp Image 2023 08 23 at 20.06.43 1. Best News : ରାୟଗଡା ଜିଲ୍ଲାର ୪ ଟି ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ରାୟଗଡା ଜିଲ୍ଲାର କାଶୀପୁର, ଗୁଣପୁର, ବିଷମକଟକ, ରାମନାଗୁଡ଼ା ବସଷ୍ଟାଣ୍ଡକୁ ଅତ୍ୟାଧୁନିକରଣ କରାଯିବ l ମାନ୍ୟବର ମାଖ୍ୟମନ୍ତ୍ରୀ ନିଜର ଅଭିଭାଷଣ କହିଲେ ଆଜି ଗମନାଗମନ କ୍ଷେତ୍ରରେ ଆଜି ଏକ ମାଇଲ ଖୁଣ୍ଟ ସ୍ଥାପନ କରାଯାଇଛି l ଆମ ବସଷ୍ଟାଣ୍ଡ ଯୋଜନାରେ ବିଭିନ୍ନ ଜିଲ୍ଲାରେ ନୂତନ ଉଦଘାଟନ କରାଗଲା ଓ ନୂତନ ବସଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରାଗଲା l ଏହାଦ୍ୱାରା ସମସ୍ତଙ୍କ ପାଇଁ ବିଶେଷ ସୁବିଧା ଯୋଗାଇଦିଆଯିବ ଓ ଲୋକେ ଉପକୃତ ହେବ l

ରାଜ୍ୟର ଆର୍ଥିକ ଉନ୍ନତି କ୍ଷେତ୍ରରେ ସହାୟକ ହେବ l ମୋ ପରିବହନ ସେବା ଆପଣ ଉଦଘାଟନ କରାଗଲା, ସୁବାହକ ଯୋଜନାରେ ବର୍ଷକୁ ୫୦ ହଜାର ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯିବ ବୋଲି କହିଥିଲେ l ଆଜି ଭରଛୁଆଲ ମୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି, ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ଓ ଆଇନ ବିଭାଗ, ଶ୍ରୀମତି ଅନୁସୂୟା ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ମାନ୍ୟବର ରାୟଗଡା ବିଧାୟକ, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ମାନ୍ୟବର ବିଧାୟକ, ଗୁଣପୁର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା, ସୁଧୀର ଦାଶ, ସୁଶ୍ରୀ ସରସ୍ବତୀ ମାଝୀ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ରାୟଗଡା ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂ ।

ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରାଉତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ରାୟଗଡା, ଶ୍ରୀ ନିହାର ରଞ୍ଜନ କହଁର, କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ଗୁଣୁପୁର ବ୍ଲକ ଅଧକ୍ଷା ଶ୍ରୀମତି ଝିଲି ଶବର, ଵିଷମ କଟକ ବ୍ଲକ ଅଧ୍ୟକ୍ଷl ଶ୍ରୀମତି ଯୋସଦl ହୁଇକା, ଆଞ୍ଚଳିକ ପରିବହନ ଅଧିକାରୀ ରାୟଗଡ, ଓଡିଶା ପରିବହନ ନିଗମର ସଂଗ୍ରାମ ଜେନା ପ୍ରମୁଖ ଯୋଗଦାନ କରିଥିଲେ ।