1. Big News : ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

0
54
ମେଧାବୃତ୍ତି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୪ /୮) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସାଗରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ସମର୍ଦ୍ଧନା ଉତ୍ସବ ପାଳିତ ହୋଇଛି ।

ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା : ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ମୁଖ୍ୟ ଅତିଥି ଓ ସାଗରପାଲି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ମନିଷ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଦିଗଦର୍ଶନ ଦେଇଥିଲେ । ସଭା କାର୍ଯ୍ୟ କୁ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅଲେଖ ସାହୁ ପରିଚାଳନା କରିଥିଲେ l ଗତ ବର୍ଷ ବିଦ୍ୟାଳୟ ର ଛାତ୍ରୀ ପଦ୍ମାଳୟା ବାରିକ ଓ ଛାତ୍ର ଆନନ୍ଦ ବାରିକ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ରେ ସଫଳତା ର ସହିତ ପାସ କରି ଥିବାରୁ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟକାନ୍ତି ନାଏକ ନିଜର ବକ୍ତବ୍ୟ ରେ ଏହି ପରୀକ୍ଷା ର ସଫଳତା ର ମୁଖ୍ୟ ଶ୍ରେୟ ସହକାରୀ ଶିକ୍ଷକ ତରଣୀ ସେନ ମେହେର ଓ ଅଲେଖ ସାହୁ ଙ୍କୁ ଦେଇଥିଲେ ଓ ସୋନପୁର ବ୍ଲକ ରେ ଓଡ଼ିଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ କେବଳ ଆମର ବିଦ୍ୟାଳୟ କୁ ଏହି ସଫଳତା ମିଳିଛି ବୋଲି କହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବର୍ଷ ର ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଇ ଜଣ ଙ୍କୁ ବାଛି ବିଦ୍ୟାଳୟ ପକ୍ଷରୁ ଦୁଇଟି ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ଗାଇଡ଼ ପ୍ରଦାନ କରା ଯାଇ ଥିଲା ।

ଅନ୍ୟ ସହକାରୀ ଶିକ୍ଷକ ତୃପ୍ତିବାଳା ପୁରୋହିତ, ସୁବାସିନୀ ମେହେର, ମାମି ପଧାନ, ନିରୁପମା କର ଓ ତରଣୀସେନ ମେହେର ସଭା ରେ ଯୋଗ ଦେଇ ଥିଲେ । ଏଠାରେ ଏହା କହିବା ପ୍ରାସଙ୍ଗିକ ଯେ ଏହି ଶିକ୍ଷା ଅନୁଷ୍ଠାନ ଟି ନିଜ ଅଞ୍ଚଳ ରେ ଉଚ୍ଚମାନର ଶିକ୍ଷାଦାନ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ଅନୁଷ୍ଠାନ ର ଶିକ୍ଷକ ମାନଙ୍କ ର ଉତ୍ସର୍ଗୀକୃତ ମନୋଭାବ ଓ ଆନ୍ତରିକତା ହିଁ ଏହି ସଫଳତା ର ଚାବିକାଠି ବୋଲି ସେମାନେ ପ୍ରମାଣ କରିଛନ୍ତି ।