1. Best News : ଡୁଙ୍ଗୁରିପାଲି ଜୋନ ରୁ ବୋଲେନପାଲି ଏଫ ସି ଦଳ ବିଜୟୀ

0
66
ଡୁଙ୍ଗୁରିପାଲି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୮) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ସିନିୟର ଫୁଟବଲ ଲିଗ ର ଡୁଙ୍ଗୁରିପାଲି ଜୋନ ଦ୍ୱିତୀୟ ଦିବସ ରେ ପ୍ରଥମ ମ୍ୟାଚ ଡୁଙ୍ଗୁରିପାଲି ଏଫ ସି ଓ ବୈଦୁପାଲି ଏଫ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l

ଡୁଙ୍ଗୁରିପାଲି ଜୋନ ରୁ ବୋଲେନପାଲି ଏଫ ସି ଦଳ ବିଜୟୀ : ଆଜିର ଏହି ମ୍ୟାଚ ରେ ବୈଦୁପାଲି ଏଫସି ଦଳ ୧ – ୦ଗୋଲ ରେ ବିଜୟୀ ହୋଇଥିଲା l ଏବଂ ଏଇ ଜୋନ ର ଆଜିର ଦ୍ୱିତୀୟ ମ୍ୟାଚ ବଡ଼କରଲେ ଏଫ ସି ଓ ବୋଲେନପାଲି ଏଫ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ରେ ବୋଲେନପାଲି ୧- ୦ଗୋଲ ରେ ବିଜୟୀ ହୋଇଥିଲl l ଡୁଙ୍ଗୁରି ପାଲି ଜୋନ -୨ ର ପ୍ରଥମ ସେମିଫାଇନାଲ ମ୍ୟାଚ ବୋଲେନପାଲି ଏଫ ସି ଓ ବୌଦୁପାଲି ଏଫ ସି ମଧ୍ୟରେ ହୋଇଥିବା ବେଳେ ଏହି ମ୍ୟାଚ ରେ ବୋଲେନପାଲି ଏଫ ସି ୧ – ୦ ଗୋଲ ରେ ବିଜୟୀ ହୋଇଛନ୍ତି l ଏବଂ ଡୁଙ୍ଗୁରି ପାଲି ଜୋନ ରୁ ବୋଲେନପାଲି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଛି l