Big News : 60 ବର୍ଷୀୟ ବୃଦ୍ଧା ଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡ ଦାବି

0
74
60

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/କଣ୍ଟାବାଞ୍ଜି, (୨୬/୦୮) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡ଼ୁମେରଚୁଆଁ ଅଞ୍ଚଳ ର ଜଣେ 60 ବର୍ଷୀୟ ବୃଦ୍ଧା ରୂପେ ତାଣ୍ଡି ଙ୍କୁ ଗଣ ଦୁଷ୍କର୍ମ ଘଟଣା ନେଇ ପରିବାର ଲୋକେ ଫାଶୀ ଦଣ୍ଡ ଦିଆଯିବା ନେଇ ଦୃଢ଼ ଦାବି କରିଛନ୍ତି ।

60 ବର୍ଷୀୟ ବୃଦ୍ଧା ଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡ ଦାବି : ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନା ରେ ଦେଇଥିବା ଅଭିଯୋଗ ଅନୁସାରେ ଶୁକ୍ରବାର ବିଳମ୍ୱିତ ରାତିରେ ୪ ଜଣ ଯୁବକ ଜଣେ ବୃଦ୍ଧା ଙ୍କୁ ମିଳିତ ଦୁଷ୍କର୍ମ କରିଥିବା ସହ ମାଡ଼ ମାରି ହତା, ହତ କରିଦେଇଛନ୍ତି । ରାତି ରେ ଶୋଇବା ସମୟ ରେ ଉକ୍ତ ଗ୍ରାମର ଚାରି ଜଣ ଯୁବକ ଘରେ ପଶି ଏହି ଲୋମ ହର୍ଷଣ କାଣ୍ଡ ଘଟେଇ ଥିବା ବେଳେ ପୀଡ଼ିତା ବୃଦ୍ଧା ଚିକିତ୍ସାଧୀନ ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି l

ତେବେ ଏହି ମାମଲା ରେ କଣ୍ଟାବାଞ୍ଜି ପୋଲିସ ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନା ରେ ଉକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ପରିବାର ବର୍ଗ ଉକ୍ତ ଯୁବକ ମାନଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରାଯାଉ ବୋଲି ଦାବି କରିବା ସହ ଏ ନେଇ କଣ୍ଟାବାଞ୍ଜି ଯୁବମୋର୍ଚ୍ଚା ପକ୍ଷରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରାଇବା ଦାବି ରେ ଲିଖିତ ଅଭିଯୋଗ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କ ନିକଟକୁ ପ୍ରେରଣ କରିଥିବା ପ୍ରକାଶ ପାଇଛି । ସେହିପରି ଏହି ଘଟଣା ର ତୁରନ୍ତ ମାମଲା ର ସବିଶେଷ ତଦନ୍ତ କରି ଅଭିଯୁକ୍ତ ଙ୍କୁ ଦଣ୍ଡ ବିଧାନ କରାଯିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ନିମନ୍ତେ ଦାବି କରାଯାଇଛି ।