1. Big News : ଶିଆଳି ରେ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଗ୍ରହଣ ଶିବିର

0
75
ଶିଆଳି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୮) : ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ର ଶିଆଳି ଠାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଗ୍ରାମଆଭିମୁଖୀ ପ୍ରଶାସନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଶିଆଳି ରେ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଗ୍ରହଣ ଶିବିର : ଆଜି ର ଏହି ଶିବିର ରେ କାଶୀନଗର ବ୍ଲକ ଅଧ୍ୟାକ୍ଷା ସୃମତି ବାଲା ସାୟାମ୍ମା, ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, କାଶୀନଗର ବ୍ଲକ ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି, ତହସିଲଦାର ଶ୍ରୀ ପ୍ରଧାନ, ନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ପ୍ରଧାନ, ଅତିରିକ୍ତ ଏସ ପି, ଥାନା ର ଭାରପ୍ରାପ୍ତ ଅଧିକାରୀ ମମତା ପଣ୍ଡା ବାବୁ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ମୋଟ ୫୬ ଟି ଅଭିଯୋଗ ପହଞ୍ଚିଥିଲା ।

ବସହୁତ ଅଭିଯୋଗ ସାମୁହିକ ଥିଲା ଆବାସ ଘର, ରୋଡ଼ ନିର୍ମାଣ ପାଇଁ ରହିଥିଲା । ଖଣ୍ଡାବା ପଞ୍ଚାୟତ ର ସାରା ବାଡ଼ିଙ୍ଗା ରେ ଡେଙ୍ଗୁ ପାଇଁ ଅଧିକ ଚିକିତ୍ସା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଶିଆଳି ସରପଞ୍ଚ ବିଭିନ୍ନ ଦାବୀ ନେଇ ଧାରଣା ରେ ବସିବେ ବୋଲି ଆଗରୁ କହିଥିଲେ ମଧ୍ୟ କାହିଁ ସେଭଳି କିଛି ଦେଖିବାକୁ ମିଳି ନ ଥିଲା ।