1. Best Awareness : ଡେଙ୍ଗୁ ମୁକାବିଲା ପାଇଁ ପ୍ରଶାସନର ତତ୍ପରତା

0
48
ଡେଙ୍ଗୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୮) : କାଶୀନଗର ବ୍ଲକ ଅନ୍ତର୍ଗତ ସାରା ଓ ବାଡ଼ିଗାଁ ଅଂଚଳରେ ଡେଙ୍ଗୁ ବ୍ୟାପୁଛି ଓ ଆକ୍ରାନ୍ତ ବହୁ ରୋଗୀ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣା ପଡିଛି ।

ଗତ କିଛି ଦିନ ପୂର୍ବେ ୫ଟି ସଚିବ ଭି.କେ ପାଣ୍ଡିଆନ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ସେଠାର ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ କାଶୀନଗର ବ୍ଲକର ଡେଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଗୁରୁତର ଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗଜପତି ଗସ୍ତ ଅବସରରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର ପହଞ୍ଚି ଡେଙ୍ଗୁ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ତା ସଂଗେ ସଂଗେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଓ ସାରା ବାଡିଗାଁ ଗ୍ରାମର ଦିନକୁ ଦିନ ବଡୁଥିବା ଡେଙ୍ଗୁ ରୋଗ କିପରି ହ୍ରାସ ପାଇବା ତାହା ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ।

କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କୁ ନିୟମିତ ପ୍ରଭାବିତ ଉକ୍ତ ଅଂଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ସଚେତନତା ସୃଷ୍ଟି ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ବି ଗଣମାଧ୍ୟମ ଜରିଆରେ ପରିବେଶକୁ ପରିଚ୍ଛନ୍ନ ରଖିବା ସକାଶେ ନିବେଦନ ଜଣାଇଛନ୍ତି ଜନସାଧାରଣଙ୍କୁ ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଇନଚାର୍ଜ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତର ସଚ୍ଚିକାନ୍ତ ମହାପାତ୍ର ଓ ତାଙ୍କ ଟିମ୍ ପ୍ରତିଦିନ ସଂକ୍ରମଣ ବ୍ୟାପୁଥିବା ଗ୍ରାମାଂଚଳକୁ ଯାଇ ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ସୂଚନା ମିଳିଛି । ବ୍ରହ୍ମପୁର ସାଂସଦ ଚିକିତ୍ସାଧୀନ ରୋଗୀଙ୍କ ନିକଟରେ ପହଂଚି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ସଂକ୍ରମଣ ଶୀଘ୍ର ରୋକିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିବାରୁ ବିଭିନ୍ନ ମହଲରେ ସାଂସଦଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।