ନକଲି ସାମ୍ବାଦିକ ଚିହ୍ନଟ ପାଇଁ ଜିଲ୍ଲାପାଳ ତଥା ଆରକ୍ଷୀ ଅଧୀକ୍ଷଙ୍କୁ O.J.U.ର ଲିଖିତ ନିବେଦନ

0
230

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ,(୩/୯) : ଆଜି ମଧ୍ୟାହ୍ନରେ O.J.U. କୋରାପୁଟ ଜିଲ୍ଲା ଶାଖା ତରଫରୁ କୋରାପୁଟ ଜିଲ୍ଲାପାଳ,ଆରକ୍ଷୀ ଅଧୀକ୍ଷକ,ଡି.ଆଇ.ଜି. ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କୁ ନକଲି ସାମ୍ବାଦିକ ଚିହ୍ନଟ ପାଇଁ ଲିଖିତ ଆବେଦନ ପ୍ରଦାନ କରାଯାଇଛି ।

ଓଡିଶା ସାମ୍ବାଦିକ ସଂଘ (O.J.U.)ର ରାଜ୍ୟ ଉପ ସଭାପତି କେ.ଶ୍ରୀନିବାସ ରାଓ,ଜିଲ୍ଲା ସଭାପତି ଜୟସିଂ ପଡାସେଠୀ ,ଉପ ସଭାପତି ରବିଶଙ୍କର ମହାପାତ୍ର,ସମ୍ପାଦକ ହରିଶ କୁମାର ପଟ୍ଟନାୟକ,କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଧଳ,ଯୁଗ୍ମ ସମ୍ପାଦକ ସରୋଜ କୁମାର ଲେଙ୍କା,ସୁନାମ ହନ୍ତାଳ,ଦିଲ୍ଲୀପ କୁମାର ମହାନ୍ତି,ଶ୍ୟାମ ଖିଲ,କୃଷ୍ଣ ଚନ୍ଦ୍ର ଗୋଲରୀ ପ୍ରମୁଖ ବରିଷ୍ଠ ସାମ୍ବାଦିକ ମାନେ ନକଲି ସାମ୍ବାଦିକ ଚିହ୍ନଟ ପାଇଁ ଆବେଦନ ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ତଥା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଆବେଦନ ଗ୍ରହଣ କରି ସମସ୍ୟା ସଂପର୍କରେ ଓଜେୟୁ ସଭ୍ୟ ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିସାରିବା ପରେ ଶୀଘ୍ର ସମସ୍ୟାର ସମାଧାନ ପାଇଁ ସମୁଚିତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଡେପୁଟି କଲେକ୍ଟର ସୁଶ୍ରୀ ଷଡଙ୍ଗୀଙ୍କୁ ଆବେଦନ ପ୍ରଦାନ କରାଯାଇଛି ।