ଡ୍ରାଇଭର ଦିବସ ପାଳନ କଲେ ଗୁଣପୁର ଡ୍ରାଇଭର ମହାସଂଘର କର୍ମଚାରୀ ବୃନ୍ଦ

0
81
ଡ୍ରାଇଭର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨/୯) : ଆଜି ସେପ୍ଟେମ୍ବର ୧ ତାରିଖ, ଏହି ଦିନଟିକୁ ଗାଡ଼ି ଚାଳକ (ଡ୍ରାଇଭର) ମାନେ “ଡ଼୍ରାଇଭର ଦିବସ” ରୂପେ ପାଳନ କରି ଆସୁଛନ୍ତି ।WhatsApp Image 2023-09-03 at 10.30.04

ସମାଜରେ ଡ୍ରାଇଭର ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସବୁବେଳେ ଅବହେଳିତ ଓ ନିଷ୍ପେସିତ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି ଏହି ଡ୍ରାଇଭର ମାନେ । ଚବିଶ ଘଣ୍ଟା ଜନତାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଏହି ଡ୍ରାଇଭର ମାନଙ୍କ ପାଇଁ ସରକାରଙ୍କ ପାଖରେ କୈାଣସି ଯୋଜନା ନାହିଁ । ବାରମ୍ବାର ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି ଏହି ଡ୍ରାଇଭର ମହାସଂଘ କିନ୍ତୁ ମିଳିଛି ଖାଲି ପ୍ରତିଶ୍ରୁତି । ଆଜିର ଏହି ପବିତ୍ର ଦିବସ ଅବସରରେ ରାଜ୍ୟର ୩୦ ଜିଲ୍ଲାରେ ପାଳିତ ହେଉଛି ଡ୍ରାଇଭର ଦିବସ ।

ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ଡ୍ରାଇଭର ଏକାଠି ହୋଇ ବିଶାଳ ଶୋଭାଯାତ୍ରାରେ ବାହାରି ଗୁଣପୁର ଟାଉନ ହଲ ଠାରେ ଏକ ସାଧାରଣ ସଭାରେ ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ପୌରପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଯୋଗଦେଇ ଡ୍ରାଇଭର ଭାଇମାନେ ନିଜ କର୍ତ୍ତବ୍ୟରେ ଅବହେଳା ନକରି ନିଜ କର୍ମ ପଥରେ ଆଗେଇ ଯିବାକୁ ପରାମର୍ଶ ଦେବାସହ ସଂଘ ପଞ୍ଜିକରଣ ପରେ ପୌରପରିଷଦ ତରଫରୁ ଜାଗା ଓ ସଂଘ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ଗୁଣପୁର ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ଯୋଗ ଦେଇ ଡ୍ରାଇଭର ଭାଇମାନେ ଏକଜୁଟ ହୋଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ସଂଘ ତରଫରୁ ସରକାରଙ୍କ ନିକଟରେ ୧୧ଟି ଦାବି ଉପସ୍ଥାପନ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ଦୁଇଟି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟ ଦାବି ମଧ୍ୟରେ ରହିଛି ୧୦୦ କିମି ପରେ ପାର୍କିଂ ସହ ଶୈ।ଚାଳୟ ବ୍ୟବସ୍ଥା, ୫୫ ବର୍ଷ ପରେ ପେନସନ ବ୍ୟବସ୍ଥା, ଡ୍ରାଇଭର ମାନଙ୍କ ପିଲାଙ୍କ ପାଇଁ ଉଚ୍ଚଶିକ୍ଷା ଲାଭର ବ୍ୟବସ୍ଥା, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ସହାୟତା ଇତ୍ୟାଦି ।

ଆଜିର ଏହି ଡ୍ରାଇଭର ଦିବସ ଅବସରରେ ସନ୍ତୋଷ କୁମାର ନାହକ (ସଭାପତି), ସଲମନ ଶବର (ଉପସଭାପତି) , ଦେବବ୍ରତ ପାଢ଼ୀ (ସମ୍ପାଦକ), ନୂତନ କୁମାର ପାଣି (ସହ ସମ୍ପାଦକ), ବାସୁଦେବ ରତ୍ନାଲୁ (କୋଷାଧ୍ୟକ୍ଷ) ମଞ୍ଚାସିନ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ତେବେ ଡ୍ରାଇଭର ମହାସଂଘର ଦାବି ଗୁଡ଼ିକ ସରକାର କେବେ ଓ କେତେଦୂର ପୁରଣ କରିବାରେ ସକ୍ଷମ ହେଉଛନ୍ତି ଦେଖିବାକୁ ବାକି ରହିଲା ।