ଅଭିନଵ ଉପାୟରେ ଗଞ୍ଜେଇ ଚୋରା ଚାଲାଣ

0
100

b830e9b8-7510-457f-8ac2-8aca36a5c773ରିପୋର୍ଟ: ଶିବ ବିଶୋଇ //
ଲମତାପୁଟ (୦୪/୦୯): ମଟର ସାଇକେଲରେ ପନୀପରିବା ବସ୍ତା ନେବା ଭଳି ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରପଡିଲେ ଦୁଇ ଗଞ୍ଜେଇ ବେପାରୀ l6ae2beee-e373-4d73-ad2b-b7d884708a36

ଲମତାପୁଟ ପୋଲିସ ଗାଡି ଯାଞ୍ଚ କରୁଥିବା ବେଳେ ବଡ଼ସଗର ନିକଟରେ l ଦୁଇ ଜଣ ଗଞ୍ଜେଇ ବେପାରୀ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ଗାଡି ଚେକିଂ ସମୟରେ ୩୦ କେଜିର ଗୋଟିଏ ଗଞ୍ଜେଇ ବସ୍ତା ଜବତ କରିଥିଲା ଏବଂ ଦୁଇ ବେପାରୀକୁ ଗିରଫ କରିଛି ପୋଲିସ l ଏହିଗଂଜେଇ ର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ l

ଏହି ଗଞ୍ଜେଇ ଆନ୍ଧ୍ର ରୁ ପଡୁଆ ଅଞ୍ଚଳକୁ ନେଇ ଅନ୍ୟ ବେପାରୀକୁ ଦେବାର ଥିଲା କିନ୍ତୁ ପୋଲିସ ହାବୁଡ଼ରେ ପଡିଗଲେ ଦୁଇ ବେପାରୀ l ଦୁଇ ଗିରଫ ବ୍ୟକ୍ତି ଆନ୍ଧ୍ର ପ୍ରଦେଶର ସୁତି ଖିଲ ଏବଂ ହନ୍ତାଳ ଛୁରିଆ l ଏହିଗଂଜେଇ ଯାହାକୁ ବିକ୍ରି କରିଥାନ୍ତେ ସେହିବ୍ୟକ୍ତି ର କୁ ଚିନ୍ହଟ କରିଛି ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଲମତାପୁଟ ପୋଲିସ l