ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ

0
49
ବିଦ୍ୟୁତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୭/୦୯) : ଘରେ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ତାଳଚକେଲ ଗାଁ’ର ଜଣେ ମହିଳା ଆଜି ଘରେ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି ।

ମୃତକ ହେଉଛନ୍ତି ଗାଁ’ର ବାଲମତି କରୁଆଁ ବୋଲି ଜଣାପଡିଛି । ଘଟଣା ଘଟିବା ପରେ ତାଙ୍କୁ ତାଙ୍କୁ ତୁରନ୍ତ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି ପୋଲିସ । ମାଆ କୁ ହରାଇ ଦୁଇ ଝିଓ ଦୁଇ ପୁଅ ବେସାହାରା ହୋଇପଡିଛନ୍ତି ।