ସ୍ୱାମୀ-ସ୍ତ୍ରୀ କଳିରେ ବଳି ପଡିଲା ଝିଅ

0
59
ସ୍ୱାମୀ-ସ୍ତ୍ରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୯) : ଝିଅର ଗଳା କାଟିଲା ବାପା । ସ୍ତ୍ରୀ ସହ ବଚସା ହେବା ପରେ ୩ ବର୍ଷ ଝିଅର ତଣ୍ଟି କାଟିଲା ନୃଶଂସ ବାପା

ଏଭଳି ଜଘନ୍ୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ସତକୋସିଆ ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଝିଅକୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସାତକୋସିଆରେ ସ୍ବାମୀ-ସ୍ତ୍ରୀ ଇଟ୍ଟା ଭାଟିରେ କାମ କରନ୍ତି । ଗତକାଲି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେଇଥିଲା । ପରେ ବାପା ରାଗି ଯାଇ ବ୍ଲେଡରେ ଝିଅ ଗଳା କାଟି ଦେଇଥିବା ସୂଚନା ରହିଛି ।