କାଶୀନଗର ସ୍କୁଲ ରେ ତାଲା ବନ୍ଦ ଆନ୍ଦୋଳନ ଆରମ୍ଭ

0
85
କାଶୀନଗର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କାଶୀନଗର, (୮/୯) : ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ କାଶୀନଗର ବ୍ଲକ ରେ ଶିକ୍ଷକ ମାନଙ୍କ ସ୍କୁଲ ବନ୍ଦ କରି ଧାରଣା ରେ ବସିଛନ୍ତି ।WhatsApp Image 2023-09-08 at 12.46.18

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ର ଡାକରା କ୍ରମେ ଆଜି କାଶୀନଗର ବ୍ଲକ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ଥାନୀୟ ଗୋଷ୍ଟୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ସକାଳ ୧୦ ଟା ରୂ ଆରମ୍ଭ ହୋଇଛି । ଜିଲ୍ଲା ସଭାପତି ସୁମନ୍ତ ସିଂତଡା ଓ ବ୍ଲକ ସଭାପତି ଗୋପାଳ ରାଓ, କାର୍ଯ୍ୟକାରୀ ସଭାପତି ଜଗଦୀଶ ପାତ୍ର, ସମ୍ପାଦକ ଗଣେଶ ପାଣିଗ୍ରାହୀ, ଆର ମଧୁ କୁମାର, ପରିଡି ମୋହନ ରାଓ, ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପହଁଚି ବି ଇ ଓ ଙ୍କ କାର୍ଯ୍ୟାଳୟ ଦାବୀ ପାତ୍ର ଦିଆଯାଇଛି । ଆଜି ଠାରୁ ବିଭିନ୍ନ ଦାବୀ ପୂରଣ ହେବା ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜରି ରଖିବାକୁ ନିଷ୍ପତି ନିଆଯାଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି, ପୁରୁଣା ପେନସେନ ଲାଗୁ, ୬ଟି ନାସନାଲ ଇନ୍କ୍ରିମେଣ୍ଟ,4200 ଗ୍ରେଡ଼ ପେ ପ୍ରଦାନ, ଚୁକ୍ତି ପ୍ରଥା ଉଚ୍ଛେଦ ଇତ୍ୟାଦି ଦାବୀ ରହିଛି ।