ଅବ୍ୟବସ୍ଥା ମଧ୍ୟରେ ଗୁଣପୁର ପେଟ୍ରୋଲ ପମ୍ପ

0
94
ଅବ୍ୟବସ୍ଥା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୮/୯) : ଜନସାଧାରଣଙ୍କୁ ସୁବିଧାରେ ବିଶୁଦ୍ଧ ଇନ୍ଧନ ତୈଳ ସଠିକ୍ ଦରରେ ଯୋଗାଇ ଦେବା ପାଇଁ ଗୁଣପୁର ସହରରେ ରହିଛି ଚାରିଗୋଟି ପେଟ୍ରୋଲ ପମ୍ପ ।

କିନ୍ତୁ ଉକ୍ତ ତୈଳ କେନ୍ଦ୍ର ମାଲିକଙ୍କ ବେପରୁଆ ମନୋଭାବ ଯୋଗୁଁ ତୈଳ କେନ୍ଦ୍ରକୁ ଯାଉଥିବା ଗ୍ରାହକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗୁଣପୁର ସହରରେ ଥିବା ଚାରୋଟି ଯାକ ପେଟ୍ରୋଲ ଓ ଡିଜେଲ ପମ୍ପରେ । ପ୍ରତ୍ୟେକ ଦିନ ହଜାର ହଜାର ଗ୍ରାହକ ଉକ୍ତ ପମ୍ପ ଗୁଡିକ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ସରକାରଙ୍କ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଭାବେ ଏହି ପେଟ୍ରୋଲ ପମ୍ପ ଗୁଡ଼ିକରେ ଉଲଂଘନ କରାଯାଉଛି । ଦୈନିକ ତୈଳଦର ଗ୍ରାହକ ଜାଣିପାରୁନାହାନ୍ତି । ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ମାଗଣାରେ ଯାନ ବାହାନ ଚକର ପ୍ରେସର ମାପିବା ପାଇଁ ମେସିନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏଠାରେ ଦୀର୍ଘ ଦିନ ଧରି ପ୍ରେସର ମେସିନ କାର୍ଯ୍ୟରେ ଆସୁନି । ସର୍ବସାଧାରଣଙ୍କ ନିମନ୍ତେ ରହିଥିବା ଶୌଚାଳୟରେ ସବୁବେଳେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ।

ଫାଷ୍ଟ ଏଡ୍ ବକ୍ସ ମଧ୍ୟ ତାଲା ପକାଇ ରଖିଥିବା ସୂଚନା ମିଳିଛି । ପେଟ୍ରୋଲ ପମ୍ପ ଗୁଡ଼ିକରେ ଏହି ସବୁ ଅବ୍ୟବସ୍ଥା ନଜରକୁ ଆସିବା ପରେ ଭାରତୀୟ ମାନବାଧିକାର ସୁରକ୍ଷା ପରିଷଦର ରାଜ୍ୟ କର୍ମଚାରୀ ପ୍ରଭାକର ପୋଣ୍ଟୁରୁ (ଚେୟାରମେନ), ଜି ଚିନ୍ନି କ୍ରିଷ୍ଣା (ଡାଇରେକ୍ଟର), ବିପିନ ବିହାରୀ ପାଲକା (ଜେନେରାଲ ସେକ୍ରେଟାରୀ), ଲାଡି ସାଵ୍ରିସ (ୱ।ରକିଙ୍ଗ ଚେୟାରମେନ), ଏଲ ନରସିଂହ ମୂର୍ତ୍ତି (ଏଜୁକେଟିଭ ଅଫିସର), ମଣିଙ୍କ ରାମକ୍ରିଷ୍ଣା (ଅର୍ଗାନାଇଜେସନ ସେକ୍ରେଟାରୀ) ମିଳିତ ଭାବେ ଗୁଣପୁର ସହରର ଚାରିଟି ପେଟ୍ରୋଲ ପମ୍ପ ପରିଦର୍ଶନ କରିଥିଲେ ।

ଗୁଣପୁର ସହରର ଇଣ୍ଡିଆନ ଅଏଲ ର ଦୁଇଟି ଭାରତ ପେଟ୍ରୋଲିୟମ ର ଗୋଟିଏ ଓ ନାୟରା ପେଟ୍ରୋଲ ପମ୍ପରେ ଗ୍ରହକଙ୍କ ପାଇଁ କୌଣସି ସୁବିଧା ନ ଥିବା ଦେଖିବାକୁ ମିଳିଛି । ମାନବାଧିକାର କର୍ମୀ ମାନେ ପେଟ୍ରୋଲ ପମ୍ପ ମାଲିକ ମାନଙ୍କୁ ସାତ ଦିନ ମଧ୍ୟରେ ଏସବୁ ମୌଳିକ ସୁବିଧା ଗ୍ରାହକ ମାନଙ୍କୁ ଯୋଗାଇ ଦେବାକୁ ବୁଝାଇ କହିଥିଲେ ‌ଯଦି କାର୍ଯ୍ୟରେ ଅବହେଳା କଲେ ପ୍ରଶାସନ ଓ ଅଦାଲତର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।