ସୋନପୁର ପୁଲିସ ଦ୍ୱାରା ଏକ କ୍ୱିଣ୍ଟାଲ ଗଂଜେଇ ଜବତ 

0
58
ସୋନପୁର ପୁଲିସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୯) : ସୋନପୁର କୁଞ୍ଜ ହୋଟେଲ ଛକ ଠାରେ ସ୍ଥାନୀୟ ପୁଲିସ ର ଏକ ସ୍ବତନ୍ତ୍ର ଟିମ ବିଶ୍ଵସ୍ତ ସୂତ୍ରରୁ ଏକ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଦ୍ରୁତ ଗତିରେ ଆସୁଥିବା ଏକ ସୁପର ସ୍ପ୍ଲେଣ୍ଡର ବାଇକ କୁ ଅଟକାଇ ଥିଲେ ।WhatsApp Image 2023-09-12 at 09.35.23

ଯେଉଁ ଥିରେ କି ମନମୁଣ୍ଡା ଅଞ୍ଚଳ ର ଦୁଇ ଜଣ ଯୁବକ ସୁମନ୍ତ ରଣା ଓ ଅଙ୍ଗଦ ରଣା ଥିଲେ । ତାଙ୍କୁ ପୁଲିସ ପଚାରିବାରୁ ଆମ ପଛରେ ଏକ ପିକଅପ ଭ୍ୟାନ ଆସୁଥିବା ନେଇ ସୂଚନା ଦେଇଥିଲେ l ଠିକ ୫ ମିନିଟ ପରେ OD15-C 3492 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନ ଆସୁଥିବା ଦେଖି ପୁଲିସ ଅଟକାଇ ଥିଲେ l ଯେଉଁ ଗାଡି ରୁ କି ୪ ଟି ବସ୍ତା ରେ ସମୁଦାୟ ୧ କ୍ଵିଣ୍ଟାଲ ୧ କେଜି ୬୦୦ ଗ୍ରାମ ଗଞ୍ଜେଇ ସହିତ ଉକ୍ତ ବାଇକ ଓ ଦୁଇ ଗୋଟି ମୋବାଇଲ ଜବତ କରିଛି l ଉକ୍ତ ବାଇକ ଆରୋହୀଙ୍କ ମୁଖ୍ୟ ସହଯୋଗୀ ଡ୍ରାଇଭର ସାହୁ ପଡା ଅଞ୍ଚଳର ଆକାଶ ବେହେରା ଙ୍କୁ ମଧ୍ୟ ଗିରଫ କରି ସୋନପୁର ଥାନାରେ ଏକ ମକଦ୍ଦମା ରୁଜ୍ଜୁ କରିଛି ।

ଯାହାର PS Case No 206 /dt 11 . 9 .23 U/S 20(b) (ii)(C)/25/29 ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରି ୩ ଆସାମୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଜି ସନ୍ଧ୍ୟା ରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ଏହି ସମ୍ମିଳନୀ ରେ ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାସିନୀ ମେହେର ମଧ୍ୟ ଉପସ୍ଥିତ ଥିଲେ l