ଟ୍ରାଭେଲିଙ୍ଗଏଜେନ୍ସି ସୂଚନା ନାହିଁ-ଲୋକେ ହନ୍ତସନ୍ତ

0
257

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୧୨/୦୯): ବସ୍ ଟ୍ରାଭେଲିଙ୍ଗ ଏଜେନ୍ସି ଗୁଡ଼ାକ ଦେଉ ନାହାଁନ୍ତି ସୁଚନା। ରାୟଗଡାରେ ମଙ୍ଗଳବାର ଦିନ ସକାଳ ଠାରୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ, ରାସ୍ତାଘାଟ ଏବଂ ବ୍ରିଜ ଗୁଡ଼ାକରେ ପାଣି ଜମି ରହିଥିବା ଦେଖିବାକୁ ମିଳୁଛି।842737d3-a80f-4154-9df3-5b6ec94854c2

ଜୟପୁର, ବ୍ରହ୍ମପୁର, ଗୁଣୁପୁର ଏବଂ ଅନେକ ଅଞ୍ଚଳକୁ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁନି ଯାତ୍ରୀବାହୀ ବସ୍ ଗୁଡ଼ିକ ରାୟଗଡ଼ ବସଷ୍ଟାଣ୍ଡକୁ। ତେବେ ଯେଉଁ ବସ୍ ଗୁଡ଼ିକର ଯାତ୍ରୀ ଟ୍ରାଭେଲିଂ ଏଜେନ୍ସୀ ଗୁଡାକରୁ ଯାତ୍ରା ନିମନ୍ତେ ଟିକେଟ କାଡିଥାଆନ୍ତି ଏବଂ ବସଷ୍ଟାଣ୍ଡରେ ଅପେକ୍ଷା କରି ରହୁଥିବା ବେଳେ, ଡେରିରେ ପହଞ୍ଚିବା ଏବଂ ବର୍ଷା ଯୋଗୁଁ କିଛି ବସ୍ ବସଷ୍ଟାଣ୍ଡ ଭିତରକୁ ନ ଆସି ବାଇପାସ୍ ରୋଡ ରେ ଠିଆ ହୋଇ ଚାଲି ଯାଉଛନ୍ତି। କିନ୍ତୁ, ଏ ନେଇ ବସ୍ ଟ୍ରାଭେଲିଙ୍ଗ ଏଜେନ୍ସି ଦ୍ଵାରା କୌଣସି ସୂଚନା ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ ବସଷ୍ଟାଣ୍ଡରେ । ଆଜି ଜୟପୁର ଠାରୁ ବ୍ରହ୍ମପୁର ଯାଉଥିବା ଜଗାକାଳିଆ ନାମକ ଯାତ୍ରୀବାହି ବସ୍ ନିର୍ଦ୍ଧାରିତ ସମୟ ୧୧.୪୫ରେ ଆସି ୧୨ କୁ ଯାଇଥାଏ ।

କିନ୍ତୁ, ବର୍ଷା ଯୋଗୁଁ ୧୨.୧୫ ରେ ପହଞ୍ଚିଥିବା ଯୋଗୁଁ ବସଷ୍ଟାଣ୍ଡ ଭିତରକୁ ନ ଯାଇ ବାଇପାସ୍ ରୋଡରେ ଠିଆ ହୋଇଥିବା ସତ୍ତ୍ଵେ ବସ୍ ରେ ଟିକେଟ କାଟିଥିବା ଯାତ୍ରୀଙ୍କୁ କୌଣସି ସୁଚନା ଦିଆ ଯାଇ ନ ଥିଲା କିମ୍ବା ଫୋନ୍ ନ କରିଥିବା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବସ୍ ରେ ପହଞ୍ଚିଥିଲେ ଯାତ୍ରୀ । ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ ବସ୍ ଟ୍ରାଭେଲିଙ୍ଗ ଏଯେନ୍ସି ଦ୍ବାରା କୌଣସି ସୂଚନା ନ ଦେଲେ ଲୋକେ ଜାଣିବେ କିପରି ବୋଲି ପ୍ରଶ୍ନ କରିଛନ୍ତି। ଆଗକୁ ଏହିଭଳି ସମସ୍ୟା ପ୍ରତି ଧ୍ୟାନ ଦିଆଯିବା ସହ ଲୋକଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ ବସ୍ ଟ୍ରାଭେଲିଙ୍ଗ ଏଜେନ୍ସି ଏବଂ ବସ୍ ମାଲିକ ମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।