ଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟାକାଣ୍ଡ

0
49
ଜମିରେ ପାଣି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୯) : ଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟାକାଣ୍ଡ, ବାପ ମୃତ ପୁଅ ଗୁରୁତର l ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟା ଗାଁ’ରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ l

ମୃତକ ହେଲେ ଗାଁ’ର ୭୫ ବର୍ଷୀୟ ବାସୁଦେବ ସାହୁ ଏବଂ ଗୁରୁତର ହେଲେ ତାଙ୍କ ପୁଅ ସୁରେନ୍ଦ୍ର ସାହୁ l ଗୁରୁତର ସୁରେନ୍ଦ୍ରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଜମିରେ ପାଣି ମଡ଼ାଇବାକୁ ନେଇ ପୂର୍ବରୁ ବଚସା ଲାଗିରହିଥିବାବେଳେ ଆଜି ପୁଣି ଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉଭୟ ସାହୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଏଥିରେ ଗାଁ’ର ରଂଜିତ ସାହୁ ଏବଂ ରଞ୍ଜନ ସାହୁଙ୍କ ଆକ୍ରମଣରେ ବାସୁଦେବଙ୍କର ମୃତ୍ୟୁ ହୋଇଥିବାବେଳେ ସୁରେନ୍ଦ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି l ସୁବଳୟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଓ ଦୁଇ ଅଭିଯୁକ୍ତ ରଂଜିତ ଓ ରଞ୍ଜନକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି l