ଦୁରସଞ୍ଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ

0
45
ଦୁରସଞ୍ଚାର

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୬/୦୯) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଧାକିରଣ ମହାବିଦ୍ୟାଳୟ ପରିସରରେ ବିକାଶ ବ୍ରହ୍ମପୁର ଏବଂ ସାହାରା ରାଇକିଆ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ସାଇବର ଅପରାଧ ଓ ଆଧୁନିକ ଟେଲିଫୋନ ଗ୍ରାହକଙ୍କ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଧର ଦାସ ମୁଖ୍ୟ ଅତିଥି ଯୋଗଦେଇ କାର୍ମଶାଳା ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଶ୍ୟାମସୁନ୍ଦର ଡାଙ୍ଗୁଆ, ଆଡଭୋକେଟ ପ୍ରଦୀପ କୁମାର ବେହେରା, ସାମ୍ବାଦିକ ଆଦିତ୍ୟ ପ୍ରସାଦ ପାଢୀ, ସାମାଜିକ କର୍ମୀ ମୋଶେଷ ଦିଗାଳ, ଜିଓ ତରଫରୁ ସାଇ ପ୍ରସାଦ ସାହୁ ଏବଂ ବିଏସଏନଏଲ ପକ୍ଷରୁ ଦେବାଶିଷ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଟେଲିକମ ସେବାର ଉପାଦେୟତା ଏବଂ ସାଇବର କ୍ରାଇମ ସମ୍ପର୍କିତ ନିରାପତ୍ତା ଉପରେ ସୂଚନା ପରଦାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏସଏଚଜି ମହିଳା ମାନେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକାଶ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ, ସାହାର ସମ୍ପାଦକ ସୁକାନ୍ତ କୁମାର ନାୟକ, ଭେଙ୍କଟ ରାଉଳ, ନିରାକାର ବିଶୋଇ ଯୋଗଦେଇ ପରିଚାଳନା କରିଥିଲେ । ଶେଷରେ ସାହାରା ଅନୁଷ୍ଠାନ ସମ୍ପାଦକ ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।