ପତଞ୍ଜଳୀ ସ୍ୱଦେଶୀ ବିଭାଗ ର ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଆଲୋଚନା

0
74
ପତଞ୍ଜଳୀ ସ୍ୱଦେଶୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୯) : ସୁବର୍ଣ୍ଣପୁର ଜିଲ୍ଲା କୁ ପତଞ୍ଜଳୀ ସ୍ୱଦେଶୀ ବିଭାଗ ପକ୍ଷରୁ ପର୍ଯ୍ୟବେକ୍ଷଣ କାର୍ଯକ୍ରମ ରେ ଓଡିଶା ପଶ୍ଚିମ ପ୍ରାନ୍ତ ର ମୁଖ୍ୟ ପର୍ଯ୍ୟବେକ୍ଷକ ସୁଧାଂଶୁ ଦୀକ୍ଷିତ ସୁବର୍ଣ୍ଣପୁର ର ପତଞ୍ଜଳୀ ଚିକିତ୍ସାଲୟ ରେ ଚିକିତ୍ସାଳୟ ସଂଚାଳକ ରବୀନ୍ଦ୍ର ମେହେର ଙ୍କ ସହିତ ଜିଲ୍ଲା ପତଞ୍ଜଳୀ ସ୍ୱଦେଶୀ ବିଭାଗର ବିଷୟ ବସ୍ତୁ ବିଷୟ ରେ ଆଲୋଚନା କରିଥିଲେ l

ଏହି ଅବସରରେ ଜିଲ୍ଲା ଯୁବ ଭାରତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା ଙ୍କୁ ସ୍ୱଦେଶୀ ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ କରା ଯାଇଥିଲା । ଗୋପାଳଜୀ ଯୋଗାଳୟ ରେ ଯୋଗ ଅଭ୍ୟାସ ଓ ସ୍ୱଦେଶୀ ପ୍ରଚାର ପ୍ରସାର ତଥା ଜିଲ୍ଲା କୁ ସ୍ୱଦେଶୀ ଆନ୍ଦୋଳନରେ ସାମିଲ କରିବା ସକାଶେ ସୁଧାଂଶୁ ଦୀକ୍ଷିତ ଆହ୍ୱାନ ଦେଇଛନ୍ତି । ଜିଲ୍ଲା ଯୋଗ ସମିତି ର ସଭାପତି ହରିହର ଶତପଥୀ ଓ ସଂପାଦକ ଆର୍ତ୍ତତ୍ରାଣ ବାବୁ ଙ୍କ ଦ୍ବାରା ମାନପତ୍ର ଉପଢୌକନ ଦେଇ ସୁଧାଂଶୁ ଦୀକ୍ଷିତ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ର ବେଦ ପ୍ରଚାର ସମିତି ର ସମ୍ପାଦକ ପଙ୍କଜ ମେହେର, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଗୁଣନିଧି ଥନାପତି, ପୂଜାରାଣୀ ମେହେର, ରବୀନ୍ଦ୍ର ମେହେର, ନିରଞ୍ଜନ ତ୍ରିପାଠୀ, ପ୍ରତାପ ଦାସ ଓ ସମାଜସେବୀ ମନୋରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।